Below header

ଓଡ଼ିଶାର କୋଭିଡ ମୁକାବିଲାକୁ WFP ନିର୍ଦ୍ଦେଶକଙ୍କ ପ୍ରଶଂସା, ଆଗକୁ ରାଜ୍ୟକୁ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର କୋଭିଡ ମୁକାବିଲାକୁ WFP ନିର୍ଦ୍ଦେଶକ ବିଶୋ ପାରାଜୁଲିଙ୍କ ପ୍ରଶଂସା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା ପରେ ପାରାଜୁଲି ଏଭଳି ବକ୍ତବ୍ୟ ରଖିଛନ୍ତି । କହିଛନ୍ତି ବହୁ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ‘ଲୋକଙ୍କୁ ସିଧା ଟଙ୍କା ଟ୍ରାନ୍ସଫର କରିବାରେ ଓଡ଼ିଶା ଭଲ କାମ କରିଛି । ବିପର୍ଯ୍ୟୟ ମୁକାବିଲା ନେଇ ମଧ୍ୟ ଓଡ଼ିଶାକୁ ପାରାଜୁଲି ପ୍ରଶଂସା କରିଛନ୍ତି । ଶତତ ବିକାଶ ଲକ୍ଷ୍ୟ ଓଡ଼ିଶା ନିର୍ଦ୍ଧାରିତ ସମୟରେ ପୂରା କରିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ସହଭାଗିତାରେ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା ପାରାଜୁଲି ସୂଚନା ଦେଇଛନ୍ତି ।

ଆଗକୁ ରାଜ୍ୟକୁ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାଜ୍ୟରେ ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହାସହ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଖରେ କିଭଳି ପୁଷ୍ଟିକର ଖାଦ୍ୟ ପହଞ୍ଚିବ ସେ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ମିଶନଶକ୍ତି ରାଜ୍ୟର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ନୂଆ ଦିଶା ଦେଖାଇଛି । ଓ୍ଵାର୍ଲଡ ଫୁଡ ପ୍ରୋଗ୍ରାମ ରାଜ୍ୟ କୃଷି ବିଭାଗ ସହ ମଧ୍ୟ ଅନେକ ପ୍ରକଳ୍ପ କାମ କରୁଛି ।

whp

୧୯୭୨ ମସିହାରେ ବିଶ୍ଵରେ ଆରମ୍ଭ ହୋଇଥିବା ଓ୍ଵାର୍ଲଡ ଫୁଡ ପ୍ରୋଗ୍ରାମ ଚଳିତ ବର୍ଷ ୫୦ ତମ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ରୋମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.