ରାଜ୍ୟ ସରକାରଙ୍କ ଉପରେ ୫ ହଜାର ଟଙ୍କା ତଣ୍ଡ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, କିନ୍ତୁ କେଉଁ କାରଣ ପାଇଁ ଜାଣନ୍ତୁ

କଟକ(କେନ୍ୟୁଜ୍):ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାର ଜବାବ ଦାଖଲ କରି ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ୫ ହଜାର ଟଙ୍କା ତଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ୧୫ ଦିନ ସମୟ ଦେବା ସହିତ ୫ ହଜାର ଟଙ୍କା କଷ୍ଟ ବାବଦରେ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ପୂର୍ବରୁ ଏହି ୫ ହଜାର ଟଙ୍କା ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ଯଦି ମାମଲାରେ ଜବାବ ଦାଖଲ କରା ନ ଯାଏ ତେବେ ରେକର୍ଡରେ ଉପଲବ୍ଧ ତଥ୍ୟ ଆଧାରରେ ମାମଲାର ଫୈସଲା କରାଯିବ ଏବଂ ରାଜ୍ୟ ସରକାରଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ.ସେନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମାଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯କୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ପ୍ରଦାନ କରାଯାଉଥିବା ଗ୍ରିନ୍ କାର୍ଡ ସୁବିଧା ପ୍ରତ୍ୟାହାରକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟେରେ ଏକ ଆବେଦନ ଦାଖଲ କରିଥିଲେ। ୨୦୨୧ ସେପ୍ଟେମ୍ବର ୨ରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଜାବବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୂର୍ବ ନି‌ର୍ଦ୍ଦେଶ ପାଳନ କରି ସରକାର ଜବାବ ଦାଖଲ କରି ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଥି ପାଇଁ ସରକାରଙ୍କ ଉପରେ ହାଇକୋର୍ଟ ୫ ହଜାର ଟଙ୍କା କଷ୍ଟ୍ କରିବା ସହିତ ୧୫ ଦିନ ମହଲତ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.