ଓଡିଶାରେ ବୁଲୁଛି କଲିକତାର ମୋଷ୍ଟ ୱାଣ୍ଟେଡ ଅପରାଧୀ, ଓଡିଶା କ୍ରାଇମବ୍ରାଞ୍ଚକୁ ସତର୍କ କଲା କଲିକତା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ଓଡିଶାରେ ବୁଲୁଛି କଲିକତାର ମୋଷ୍ଟ ୱାଣ୍ଟେଡ ଅପରାଧୀ। ଏନେଇ ଓଡିଶା ପୋଲିସକୁ ସତର୍କ କରାଇଛି କଲିକତା କ୍ରାଇମବ୍ରାଞ୍ଚ । କୋଲକତା ପୋଲିସର  ମୋଷ୍ଟ ୱାଣ୍ଟେଡ୍  ବିମଳ ଶର୍ମା ନେଇ ଓଡିଶା କ୍ରାଇମବ୍ରାଞ୍ଚକୁ ଅଧିକ ତଥ୍ୟ ଦେଇଛି କୋଲକତା ପୋଲିସ ।  ଦିଲ୍ଲୀର ଦିଲସାଦ ଗାର୍ଡେନ ଅଞ୍ଚଳର ବିମଳ ତାର ଅନ୍ୟ ନାଁରେ ବି ପରିଚୟ ରଖିଛି। କୋଲକତାର ଜଣେ ବରିଷ୍ଠ ବ୍ୟବସାୟୀଙ୍କୁ ଅପହରଣକରି ହତ୍ୟା କରିଛି ବିମଳ। ଅପହରଣ କରି ମୋଟା ଅଙ୍କର ଟଙ୍କା ମାଗିଥିଲ। ହେଲେ ଟଙ୍କା ନେଇବି ବ୍ୟବସାୟୀଙ୍କୁ ଛାଡି ନଥିଲା ବିମଳ।

ଏବେ ବିମଳ କଟକ ଭୁବନେଶ୍ୱର ଓ ଆଖପାଖ ଜିଲ୍ଲାରେ ରହିଥିବା କୋଲକତା ପୋଲିସ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛି। ତାର ଆଧାର ନମ୍ବର ମଧ୍ୟ ଜାରି କରିଛି କଲିକତା କ୍ରାଇମବ୍ରାଞ୍ଚ।  ବିମଳ ସମ୍ପର୍କରେ ସୂଚନା ଦେବାକୁ ଦୁଇଟି ନମ୍ବର ଜାରି ହୋଇଛି। ସୂଚନା ଦେବା ଵ୍ୟକ୍ତିଙ୍କୁ ପୁରସ୍କାର ଦେବା ସହ ତାଙ୍କ ପରିଚୟ ଗୋପନ ରଖାଯିବ ବୋଲି କୋଲକତା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.