Below header

ଉତ୍ତରକାଶୀ ଟନେଲରୁ ଉଦ୍ଧାର ୫ ଓଡ଼ିଆ ଶ୍ରମିକ ଘରକୁ ଫେରିବା ପରେ କରୁଛନ୍ତି କଣ ? କେମିତି କଟୁଛି ସେମାନଙ୍କ ଜୀବନ

ଉତ୍ତରକାଶୀ ଟନେଲରୁ ଉଦ୍ଧାର ୫ ଓଡ଼ିଆ ଶ୍ରମିକ ଘରକୁ ଫେରିବା ପରେ କରୁଛନ୍ତି କଣ ? କେମିତି କଟୁଛି ଶ୍ରମବୀରଙ୍କ ଜୀବନ । ପୁଣି ସେହି ଟନେଲ କାର୍ଯ୍ୟକୁ ପୁଅକୁ ଛାଡ଼ିବାକୁ ଚାହୁଁନାହାଁନ୍ତି ପରିବାର । କେହି କେହି ଚାଷ କାର୍ଯ୍ୟ କରୁଥିବା ବେଳେ ସାଙ୍ଗସାଥୀଙ୍କ ସହ କଟୁଛି ସମୟ ।

କେନ୍ୟୁଜ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ୫ ଓଡ଼ିଆ ଶ୍ରମିକ ଘରକୁ ଫେରିବା ପରେ କରୁଛନ୍ତି କଣ ? କେମିତି କଟୁଛି ଶ୍ରମବୀରଙ୍କ ଜୀବନ । ପୁଣି ସେହି ଟନେଲ କାର୍ଯ୍ୟକୁ ପୁଅକୁ ଛାଡ଼ିବାକୁ ଚାହୁଁନାହାଁନ୍ତି ପରିବାର । କେହି କେହି ଚାଷ କାର୍ଯ୍ୟ କରୁଥିବା ବେଳେ ସାଙ୍ଗସାଥୀଙ୍କ ସହ କଟୁଛି ସମୟ ।

ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ ଘରକୁ ଫେରିବା ପରେ ବାପାଙ୍କ ସହ ଚାଷବାସ କାମରେ ହାତ ବଢାଉଛନ୍ତି । ନିଜର ଚାଷ ଜମି ନଥିବା ବେଳେ ଭାଗଚାଷୀ ଭାବେ ଅନ୍ୟର ଜମିରେ ଚାଷ କରି ବହୁ କଷ୍ଟରେ ପରିବାର ଚଳାଉଛନ୍ତି । ଘରେ ଭଉଣୀ ଓ ସାନ ଭାଇଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ରାଜୁ । ସେହିଭଳି ବାଙ୍ଗିରିପୋଷି ବ୍ଲକ ବେଢାକୁର ଗାଁର ଧୀରେନ୍ ନାଏକ ଓ ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ କହିଛନ୍ତି ଯଦି ଏଠାରେ କୌଣସି ସାହାଯ୍ୟ ଓ ସହଯୋଗ ନମିଳେ ତେବେ କାମ ପାଇଁ ପୁଣି ବାହାରକୁ ଯିବୁ ।

ଭଦ୍ରକ ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଞ୍ଚାୟତର ତପନ ମଣ୍ଡଳ ପରିବାରର ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଓଡିଶାରେ ତାଙ୍କୁ କୌଣସି କାମ ମିଳେ ସେ ଓଡିଶା ରହି ନିଜ ପରିବାର ପ୍ରତିପୋଷଣ କରିବେ ବୋଲି କହିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଓଡ଼ିଆ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ମିଳିଥିବା ବେଳେ ସେ ଓଡ଼ିଶାକୁ ଡେରିରେ ଫେରିଥିବାରୁ ତାଙ୍କୁ ସେହି ଟଙ୍କା ମିଳି ନାହିଁ । ସେହି ଟଙ୍କା ମିଳିଲେ ଗାଁରେ ରହି କିଛି ଛୋଟ ବ୍ୟବସାୟ କରିବେ ବୋଲି କହିଛନ୍ତି ତପନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.