ନିମ୍ନମାନର ସଡକ ନିର୍ମାଣ, ତାତିଲେ ଲୋକେ ଅଧାରୁ ବନ୍ଦ କରାଇଲେ କାମ

ନିମ୍ନ ମାନର ସଡ଼କ ନିର୍ମାଣକୁ ନେଇ ରାସ୍ତାକାମକୁ ଅଧାରେ ବନ୍ଦ କରାଇଲେ ସ୍ଥାନୀୟ ଲୋକେ । ଏ ହେଉଛି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଶୀତାସାଗର ମୂଖ୍ୟ ସଡ଼କ । ପୂର୍ବରୁ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ଏହି ସଡକ ଦୀର୍ଘ ଦିନ ହେବ ଖାଲଖମାରେ ଭରି ରହିଥିଲା । ତେବେ ଗତ ତିନି ତାରିଖରୁ ଆରଡି ବିଭାଗ ଦ୍ୱାରା ସଡକ ମରାମତି କାମ ଆରମ୍ଭ ହୋଇଥିଲା।ହେଲେ ରାସ୍ତାରେ ଗାଡ଼ି ଗଡ଼ିବା ପୂର୍ବରୁ ରାସ୍ତାରୁ ଖଣ୍ଡ ଖଣ୍ଡ ହୋଇ ବାହାରୁଛି ପିଚୁ ।

ଗଜପତି: ଚାଲିଛି ରାସ୍ତା ନିର୍ମାଣ । ହେଲେ ରାସ୍ତାରେ ଗାଡ଼ି ଗଡ଼ିବା ପୂର୍ବରୁ ରାସ୍ତାରୁ ଖଣ୍ଡ ଖଣ୍ଡ ହୋଇ ବାହାରୁଛି ପିଚୁ । ଯାହାକୁ ନେଇ ତାତିଲେ ଲୋକେ । ନିମ୍ନ ମାନର ସଡ଼କ ନିର୍ମାଣକୁ ନେଇ ରାସ୍ତାକାମକୁ ଅଧାରେ ବନ୍ଦ କରାଇଲେ ସ୍ଥାନୀୟ ଲୋକେ । ଏ ହେଉଛି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଶୀତାସାଗର ମୂଖ୍ୟ ସଡ଼କ । ପୂର୍ବରୁ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ଏହି ସଡକ ଦୀର୍ଘ ଦିନ ହେବ ଖାଲଖମାରେ ଭରି ରହିଥିଲା । ତେବେ ଗତ ତିନି ତାରିଖରୁ ଆରଡି ବିଭାଗ ଦ୍ୱାରା ସଡକ ମରାମତି କାମ ଆରମ୍ଭ ହୋଇଥିଲା। ହେଲେ ସମ୍ବାବ୍ୟ ବାତ୍ୟା ଓ ବର୍ଷା ପାଇଁ କାମ ବନ୍ଦ ରହିଥିଲା । ତେବେ ଘରେ ପସୁପସୁ ଚାଳ ବାଜିବା ପରି ରାସ୍ତା କାମ ଜୋରଦାର ଆରମ୍ଭ ହେଉଥିବା ଦେଖିବାକୁ ମିଳିଥିଲା ରାସ୍ତାର ଶେ।ଚନୀୟ ଅବସ୍ଥା ।

ଗତ ୩ ତାରିଖ ପ୍ରଥମ ଦିନରେ ତିନିସହ ମିଟର ସଡକ ମରାମତି କାମ ବହୁତ ସୁନ୍ଦର ଭାବେ ହୋଇଥିଲା । ହେଲେ ଲୋକେ ଯେତେବେଳେ ନିର୍ମାଣଧୀନ ସଡ଼କରେ ହାତ ମାରି ଦେଖିଥିଲେ ସେତେବେଳେ ଗେଟି, ତାରୁ, ଚିପ୍ସ ବାହାରି ପଡୁଥିଲା । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଏକ ହୋଇ ଠିକାଦାର ଓ ଆରଡି ବିଭାଗର ଯନ୍ତ୍ରୀଙ୍କୁ ଘେରିଲେ । ସ୍ଥିତି ଏପରି ସୃଷ୍ଟି ହେଲା ବାଧ୍ୟ ହୋଇ ମରାମତି କାମ ବନ୍ଦ ହେଲା । ଆନ୍ଧ୍ର ଓ ଓଡିଶାକୁ ଯୋଡୁଥିବା ଏହି ସଡକର ନିମ୍ନ ମାନର କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ମରାମତି କାମରେ ଦୁର୍ନିତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସୀମାନ୍ତ ଅଞ୍ଚଳରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରୀକା କିପରି ସରକାରଙ୍କ ମହତ ଉଦ୍ଦେଶ୍ୟକୁ ବିଫଳ କରାଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଏହି ଅଭିଯୋଗକୁ ନେଇ ଆରଡି ଜେଇ ଅନିତା ପାତ୍ର ମରାମତି ସ୍ଥଳରେ ଆସି ପହଞ୍ଚିଥିଲେ । ସଡକ ମରାମତି ନିମ୍ନ ମାନର ହୋଇଥିବା କଥା ସ୍ୱିକାର ମଧ୍ୟ କରିଛନ୍ତି । ହେଲେ ଏହି ସଡକ ମରାମତି କାମର ଦାୟିତ୍ୱରେ ଥାଇ କେତେ ଟଙ୍କାର କାମ କେଉଁ ଠିକାଦାର କରୁଛି ଜାଣିନଥିବା କହିଥିଲେ। ତେବେ ୧.୫କିମିର ସଡକର ମରାମତି ୧୯ଲକ୍ଷରେ ହେଉଥିବା ଏହି ସଡକ କାମ ବର୍ତ୍ତମାନକୁ ଅର୍ନିଦ୍ଧିଷ୍ଟ ସମୟ ପାଇଁ ବନ୍ଦ କରାଯାଇଥିବା ଯନ୍ତ୍ରୀ ଜଣକ କହିଛନ୍ତି । ତେବେ ଓଡିଶା ସରକାର ସୀମାର ରକ୍ଷା କରିବା ସହ ସିମାନ୍ତ ଅଞ୍ଚଳରେ ଓଡିଆଙ୍କ ମନରେ ଓଡିଆ ପ୍ରିତି ବଢାଇବା ପାଇଁ ରାସ୍ତା ନିର୍ମାଣ ନେଇ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସୀମାନ୍ତ ଅଞ୍ଚଳରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରୀକା କରି ସରକାରଙ୍କ ମହତ ଉଦ୍ଦେଶ୍ୟକୁ ବିଫଳ କରୁଛନ୍ତି । ଏହି ଅଭିଯୋଗରେ ତଦନ୍ତ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.