କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ ? ଏ ନେଇ ଚର୍ଚ୍ଚା ଜୋର୍‌. . .

ଭୁବନେଶ୍ବର (କେନ୍ୟୁଜ୍) : କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ ? କେଉଁ ବରିଷ୍ଠ ଆଇପିଏସଙ୍କୁ ମିଳିବ ଗୁରୁ ଦାୟିତ୍ୱ ? ଏ ନେଇ ପୋଲିସ ଅଫିସର ଓ ପୋଲିସ କାର୍ଯ୍ୟାଳୟରେ ଚର୍ଚ୍ଚା ଯୋର ଧରିଛି । ବର୍ତ୍ତମାନର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ଲୋକାୟୁକ୍ତ ସଦସ୍ୟ ପାଇଁ ତାଙ୍କ ନାଁକୁ ଲୋକାୟୁକ୍ତ ଚୟନ କମିଟି ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ରାଜଭବନରୁ ଅନୁମୋଦନ ଆସିବା ପରେ ତୁରନ୍ତ ନୂଆ ଡିଜିପି ନା ଘୋଷଣା ହୋଇପାରେ ।

ସୁପ୍ରିମକୋର୍ଟଙ୍କ ୟୁପିଏସସି ମାଧ୍ୟମରେ ନିଯୁକ୍ତି ପାଇଁ ଥିବା ଗାଇଡ ଲାଇନ୍ ଅନୁସାରେ ନୂଆ ଡିଜିପି ପାଇଁ ୩ମାସ ସମୟ ଲାଗିବ । ତେବେ ଆନ୍ଧ୍ର ପ୍ରଦେଶରେ ଜଗମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ହେବା ପରେ ପୋଲିସ ଡିଜି ପରିବର୍ତ୍ତନ କରିଥିଲେ । ୟୁପିଏସସିଙ୍କ ସର୍ଟ ଲିଷ୍ଟକୁ ଅପେକ୍ଷା କରିନଥିଲେ । ଗୌତମ ସାଓ୍ଵଙ୍ଗକୁ ଇନଚାର୍ଜ ଡିଜି ଭାବେ ନିଯୁକ୍ତି ଦେଇଥିଲେ । ଓଡିଶାରେ ଯଦି ଆନ୍ଧ୍ର ଢ଼ାଞ୍ଚାରେ ଡିଜିପି ନିଯୁକ୍ତି କରାଯାଏ , ତେବେ କିଏ ହେବେ ଇନଚାର୍ଜ ଡିଜି ? ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ପୋଲିସ ଡିଜି ରେସରେ ସବୁଠୁ ଆଗରେ ଅଛନ୍ତି ଓଡ଼ିଶା ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା । ୧୯୮୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ରାଜ୍ୟ ପୋଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳିଛନ୍ତି । ବି. କେ. ଶର୍ମା ୨୦୨୨ ଯାଏ ଚାକିରିରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.