Below header

ରାଜ୍ୟରେ ବଢିଚାଲିଛି ଘରୋଇ ଡାକ୍ତରଖାନାଙ୍କ ମନମାନି, ବିଧାନସଭାରେ ଉଠିଲା ଝଡ଼

ରାଜ୍ୟରେ ବଢୁଛି ଘରୋଇ ହସ୍ପିଟାଲର ମନମାନି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାଦାଗିରିର ଶିକାର ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ। ଭୁବନେଶ୍ୱର ସ୍ଥିତ ଆମ୍‌ରି ହସ୍ପିଟାଲର ଏମିତି କାରନାମାକୁ ନେଇ ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ଉଭୟ କଂଗ୍ରେସ ଓ ବିଜେପି। ସରକାରଙ୍କୁ ଘେରିଥିଲେ । ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ଆମ୍‌ରିରେ ଚିକିତ୍ସିତ ଗଞ୍ଜାମ ଜିଲ୍ଲାର ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଛାଡୁ ନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ୯୦ ହଜାର ଟଙ୍କା ବକେୟା ଥିବା ଦାବି କରୁଛନ୍ତି। ସରକାର ହସ୍ପିଟାଲ ପାଇଁ ମାଗଣାରେ ଜମି ଦେଉଥିବା ବେଳେ ବେକୟା ଅର୍ଥ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ଅଟକାଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହା ସତ୍ୱେ ବି ଆମ୍‌ରୀ ହସ୍ପିଟାଲ ରୋଗୀଙ୍କ ଉପରେ ମନମାନି କରୁଥିବା ବିରୋଧୀ କହିଛନ୍ତି। ଏହା ଉପରେ ରୁଲିଂ ଦେବା ପାଇଁ ବିଜେପି ଦାବି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.