ଆସନ୍ତାକାଲି ପାଟକୁରା ଭୋଟ, ଚିହ୍ନଟ ହେଲା ୨୩୫ଟି ସମ୍ବେଦନଶୀଳ ବୁଥ୍‌

ଆସନ୍ତାକାଲି ପାଟକୁରା ପାଇଁ ଭୋଟ ଗ୍ରହଣ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ମୈଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ଏମାନଙ୍କ ଭିତରେ ଅଛନ୍ତି ୯ ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀ। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର। ଏମାନଙ୍କ ଭିତରେ ଅଛନ୍ତି ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ ଓ ୧ ଲକ୍ଷ ୧୭ ହଜାର ୩୦୬ ମହିଳା ଭୋଟର। ଭୋଟ ପାଇଁ ପାଟକୁରାରେ ମୋଟ୍‌ ୩୦୯ଟି ପୋଲିଂ ଷ୍ଟେସନ କରାଯାଇଛି। ଏହା ଭିତରୁ ୨୩୫ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ମତଦାନରେ ନିୟୋଜିତ ହୋଇଛନ୍ତି ୧ ହଜାର ୭ଶହ ପୋଲିଂ ଅଧିକାରୀ ଓ କର୍ମଚାରୀ। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି। ୬୪ଟି ବୁଥରେ ମୁତୟନ ହୋଇଛନ୍ତି କେନ୍ଦ୍ରୀୟ ସୁୁରକ୍ଷା ବଳ । ୪୦ଟି ବୁଥରେ ସିସିଟିଭି ଓ ୩୧ଟି ବୁଥରେ ୱେବ କାଷ୍ଟିଂ କରାଯାଉଥିବା ବେଳେ ୫୨ ଜଣ ମାଇକ୍ରୋ ଅବଜରଭର ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.