Below header

ବେଡସିଟ ମାଇକ୍ରୋଚିପ୍, ଏଥିରୁ ଜାଣିପାରିବେ ପୂର୍ବଥର ଏହାକୁ କେବେ ଧୋଇଥିଲେ

ଚୀନ : ଘର କିମ୍ବା ହୋଟେଲର ବେଡ ସୀଟ, ଟାୱଲ ଏବଂ ଗଦି ଖୋଳକୁ କେବେ ଧୋଇଥିଲେ ଏହାକୁ ମନେ ରଖିବା ପାଇଁ ଏବେ ଆଇ ପଡିବ ନାହିଁ ଆବଶ୍ୟକତା। ଚୀନର ଉହାନ ସହରର ଏକ ଲଣ୍ଡ୍ରୀରେ କପଡାରେ ମାଇକ୍ରୋଚିପ୍ ଲଗାଇଛନ୍ତି । ଏହାଦ୍ବାରା ଆପଣଙ୍କୁ ଆଉ ପୂର୍ବଭଳି ମନେ ରଖିବାକୁ ପଡିବ ନାହିଁ ଯେ ପୂର୍ବ ଥର ଏହାକୁ ଆପଣ କେବେ ଧୋଇଥିଲେ। କେବଳ ବେଡସିଟ ନୁହେଁ ଟାୱେଲ, ଗଦି ଖୋଳରେ ମଧ୍ୟ ଏବେ ମାଇକ୍ରୋଚିପ ଲଗାଯାଉଛି। କୁତେଙ୍ଗ ଲଣ୍ଡ୍ରୀ ସର୍ଭିସ ସହରର ଅନେକ ହୋଟେଲ ଏବଂ ହଷ୍ଟେଲରେ ନିଜର ସେବା ଦେଉଛି।

ଅନେକ ଥର ଧୋଇବାରେ ମଧ୍ୟ କାମ କରିବ ମାଇକ୍ରୋଚିପ୍

bed sheet

-ଚିପ୍ ପ୍ରସ୍ତୁତ କରିଥିବା କମ୍ପାନୀଙ୍କର କହିବାନୁଯାୟୀ ବେଡସୀଟ, ଟାୱେଲ ଆଦି କର୍ଣ୍ଣରରେ ଲାଗିଥିବା ଚିପର କ୍ୟୁଆର କୋଡକୁ ମୋବାଇଲରେ ସ୍କାନ କରାଯାଇଥାଏ। ଏହାପରେ ସମସ୍ତ ସୂଚନା ମୋବାଇଲ୍ ସ୍କ୍ରୀନ ଉପରେ ଆସିଯାଇଥାଏ। ଚିପକୁ ନା କେବଳ ୱାଟର ପ୍ରୁଫ୍ କରାଯାଇଛି ବରଂ ଏହା ଅତ୍ୟଧିକ ତାପମାନରେ ମଧ୍ୟ କାମ କରିପାରିବ। ଯେତେ ଥର ଧୂଆ ହେଉନା କାହିଁକି ଏହି ଚିପକୁ କିଛି ହେବ ନାହିଁ।

ଏହା ସହ ପଢ଼ନ୍ତୁ : ଏ ହେଉଛି ଭାରତର ସବୁଠାରୁ ରହସ୍ୟମୟୀ କୁଣ୍ଡ, ଯେଉଁଠି ତାଳି ମାରିଲେ ଉପରକୁ ଆସିଥାଏ ପାଣି

-ମଧ୍ୟ ଚୀନ ସହର ଉହାନର ବାସିନ୍ଦା ପ୍ରାୟ ଏକ କୋଟିରୁ ଅଧିକ। ଏହାବ୍ୟତୀତ ଏହା ଏକ ଐୖତିହାସିକ ପର‌୍ୟ୍ୟଟକ କେନ୍ଦ୍ର ଭାବରେ ପରିଚିତ। ଏହି କାରଣରୁ ଏହା ପୂରା ଚୀନରେ ବଡ ଟ୍ରାନ୍ସପୋଟେସନ ହବ୍ ଅଟେ।

-ଗତ ବର୍ଷ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ସମୂହ ଟିମ ଚୀନରେ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ହୋଟେଲର ସ୍ମାର୍ଟ ରୁମ୍ ଇଣ୍ଟରନେଟରେ ସର୍ଚ୍ଚ କରିବା ପାଇଁ ବୈଦୁ ସହିତ କାମ କରିଥିଲେ। ଜଣାଇବାକୁ ଚାହିଁବୁ ଯେ ବୈଦୁ ଚୀନର ଆର୍ଟିଫିସିୟଲ ଇଣ୍ଟେଲିଜେଣ୍ଟ ପାଇଁ ଲୋକପ୍ରିୟ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.