ଖୁବ୍ ଆକର୍ଷଣୀୟ ଜମ୍ମୁ-କଶ୍ମୀରର ‘ପୁଲୱାମା’, ଏହି ସବୁ ଜାଗାକୁ ଆପଣ ଟ୍ରିପ୍ କରିପାରିବେ

ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ‘ପୁଲୱାମା’କୁ ନେଇ ସମସ୍ତଙ୍କ ମନରେ ଏକପ୍ରକାର ଭୟ ଖେଳିଯାଇଛି। ପୁଲୱାମା ନାଁ ଉଠିଲେ ହିଁ ଏହା ଆତଙ୍କଭରା କେଉଁ ଏକ ପଳାତକ ଅଞ୍ଚଳ ରୂପେ ନଜରକୁ ଆସିଯାଏ। କିନ୍ତୁ ଏହା ଜାଣିଛନ୍ତି କି ଜାଗାଟି ଖୁବ୍ ଆକର୍ଷଣୀୟ ଏବଂ ସୁନ୍ଦର। ନଦୀ ପ୍ଲାବିତ ବିସ୍ତୀର୍ଣ୍ଣ ନିମ୍ନଭୂମି ଏଠାକାର ଶୋଭାବର୍ଦ୍ଧକ।

ଯଦି ଆପଣ କେବେ ଜମ୍ମୁ-କଶ୍ମୀର ଟ୍ରିପରେ ଯାଆନ୍ତି, ତା’ହେଲେ ନିଶ୍ଚିତ ଭାବେ ଏହି ଘାଟି ଜାଗା ଭ୍ରମଣ କରିବେ। ଏଠାରେ ଆପଣଙ୍କୁ ଏଭଳି ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିବ ଯେ ଯାହାକୁ ଜୀବନରେ କେବେ ଭୁଲି ପାରିବେ ନାହିଁ। ବର୍ଷର ଯେକୌଣସି ସମୟରେ ପୁଲୱାମା ଟ୍ରିପ୍ କରିପାରିବେ। କାହିଁକି ନା ଏଠାକାର ପାଗ ସର୍ବଦା ସଫା ଥାଏ ଏବଂ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ସେଲସିୟସ ରହିଥାଏ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏଠାରେ ଦର୍ଶନୀୟ ସ୍ଥାନ, ଯେଉଁଠିକୁ ଆପଣ ପରିଭ୍ରମଣରେ ଯାଇପାରିବେ।

travel tra

ଅବନ୍ତିଶ୍ବର ମନ୍ଦିର
ଯଦି ଆପଣ ପୁଲୱାମା ବୁଲିବା ପାଇଁ ଯାଉଛନ୍ତି, ତା’ହେଲେ ଝେଲମ୍ ନଦୀ କୂଳରେ ଅବସ୍ଥିତ ଅବନ୍ତିଶ୍ବର ମନ୍ଦିର ନିହାତି ରୂପେ ଦର୍ଶନ କରନ୍ତୁ। ଏଠାରେ ମହାଦେବ ଓ ବିଷ୍ଣ ପୂଜା ପାଆନ୍ତି। ମନ୍ଦିର କାନ୍ଥରେ ଅଙ୍କା ଯାଇଥିବା ନକ୍ସା ଏବଂ ପ୍ରାଚୀନ ଲୋକକଥା ଯୋଗୁ ଏହାର ରକ୍ଷଣାବେକ୍ଷଣା ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା କରାଯାଉଛି।

ଏହାସହ ପଢ଼ନ୍ତୁ: ଡିଟିସି ବସରେ ‘ତେରା ଆଁଖ୍ୟା କା ୟୋ କାଜଲ’ ଗୀତରେ ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ହେଲା ଭାଇରାଲ୍, ଡ୍ରାଇଭର ନିଲମ୍ବିତ

temple bell

ପୟେର ମନ୍ଦିର
ଘଞ୍ଚ ଜଙ୍ଗଲ ଘେରା ଏହି ମନ୍ଦିରକୁ ସ୍ଥାନୀୟ ଲୋକେ ‘ପୟେକ ମନ୍ଦିର’ ବୋଲି କୁହନ୍ତି। ଦଶମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ସ୍ବତନ୍ତ୍ରତା ହେଉଛି ଏହା କେବଳ ଗୋଟିଏ ପଥରରେ ତିଆରି ହୋଇଛି। ପୟେର ମନ୍ଦିରକୁ ଦେଖିଲା ପରେ ଆପଣ ଏହାର ଅତୀତର ଗୌରବମୟ ଇତିହାସ ଜାଣି ଚକିତ ହୋଇଯିବେ। ମନ୍ଦିରର ବାସ୍ତୁକଳା ଅତ୍ୟନ୍ତ ମନମୁଗ୍ଧକର।

chakrata hill

ଅହରବଲ ଝରଣା
ପୁଲୱାମା ବୁଲିବାକୁ ଯିବେ ତ ଆପଣ ଅନେକ ଝରଣା ଦେଖିବାକୁ ପାଇବେ। ସେହି ଝରଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଅହରବଲ ଝରଣା’। ପାଇନ୍ ଏବଂ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଭିତରେ ଏହି ଝରଣାକୁ ଦେଖି ଆପଣ କିଛି ସମୟ ଅଟକିଯିବେ। ପୀର ପଞ୍ଜାଲ ପର୍ବତ ଶୃଙ୍ଖଳା ମଧ୍ୟରେ ଘାଟିରୁ ବାହାରୁଥିବା ଝରଣାର ଛାଟ ଖୁବ୍ ରୋମାଞ୍ଚ, ଯାହା ଆପଣଙ୍କୁ ମନାମୋହିତ କରିଦେବ।

jammu jammu

ଶିକାରଗଡ଼
ସମୁଦ୍ର ପତ୍ତନଠାରୁ ୨୧୩୦ ମିଟର ଉଚ୍ଚତାରେ ଥିବା ଏହି ଜାଗା ଦେଖିବାକୁ ନିହାତି ଯାଆନ୍ତୁ। ସ୍ଥାନୀୟ ଲୋକଙ୍କ ପସନ୍ଦର ଦର୍ଶନୀୟ ସ୍ଥାନ ‘ଶିକାରଗଡ଼’ର ସ୍ବତନ୍ତ୍ରତା ହେଉଛି ଏଠାକାର ଗଛଲତା। ବିଭିନ୍ନ ପ୍ରକାର ମସଲା ଗଛରେ ପରିପୂର୍ଣ୍ଣ ଏହି ଜଙ୍ଗଲ ବସ୍ତୁରବାନ ଏବଂ ଖେରବୋଁ ପାହାଡ଼ ଉପରେ ରହିଛି। ପ୍ରାଚୀନ କାଳର ରାଜା ମହାରାଜା ଏଠାକୁ ଶିକାର କରିବାକୁ ଆସୁଥିଲେ।

bus jammu

କେମିତି ପହଞ୍ଚିବେ ‘ପୁଲୱାମା’
ପୁଲୱାମା ପହଞ୍ଚିବା ପାଇଁ ଯଦି ଆପଣ ସିଧା ସଡ଼କ ପଥରେ ଯାତ୍ରା ଆରମ୍ଭ କରିବେ, ତା’ହେଲେ ଏହି ସମସ୍ତ ଜାଗା ପ୍ରମୁଖ ପଥରେ ଯୋଡ଼ି ହୋଇ ରହିଛି। ଏହାସହିତ ସେଠାକୁ ଯିବା ପାଇଁ ଭଡ଼ାରେ ମଧ୍ୟ ଗାଡ଼ି ସହଜରେ ମିଳିଯିବ। କାହିଁକି ନା ଜମ୍ମୁତୱି ଷ୍ଟେଶନ ପରେ ଆପଣ ସଡ଼କ ପଥରେ ହିଁ ପୁଲୱାମା ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.