ଆଉ ୫ଟି ମାମଲାରୁ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଭିନ୍ନ ଭିନ୍ନ ୫ଟି ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍‌ ପରିସରରେ ଥିବା ଏଡିଜେ କୋର୍ଟରେ କଡା ସୁରକ୍ଷା ମଧ୍ୟରେି ସବ୍ୟସାଚୀଙ୍କୁ ପୋଲିସ ହାଜର କରିଥିଲା ।
ଗତକାଲି ୩ଟି ଓ ଆଜି ୨ଟି ମାମଲାରେ କୋର୍ଟ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଡ଼ବା ଓ ମୋହନା ଥାନା ଅଞ୍ଚଳରେ ଘଟିଥିବା ବସ୍‌ ପୋଡ଼ି, ଟାଓ୍ଵାର ପୋଡ଼ି ଓ ଅପହରଣ ଭଳି ମାମଲା ତାଙ୍କ ନାଁରେ ରହିଥିଲା । ଗଜପତିରେ ସମୁଦାୟ ୪୪ଟି ମାମଲା ମଧ୍ୟରୁ ଆଜି ସୁଦ୍ଧା ୨୧ଟି ମାମଲାରେ ଶୁଣାଣି ହୋଇଛି ଏବଂ ସବ୍ୟସାଚୀ ସାକ୍ଷ୍ୟ ପ୍ରମାଣ ଅଭାବରୁ ସବୁଥିରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।

Leave A Reply

Your email address will not be published.