Below header

‘ଏ ଗାଡ଼ି ସହ ମୋର ୪୦ ବର୍ଷର ସମ୍ପର୍କ, ତା ପାଖରେ ମୁଁ କୃତଜ୍ଞ’

କେନ୍ଦୁଝର (କେ ନ୍ୟୁଜ୍‌) : ସତରେ, ସେ ମଣିଷ ହେଉ କି ପଶୁ ଅବା ଯନ୍ତ୍ର ଯାନଟିଏ । ଯଦି ସମ୍ପର୍କ ଯୋଡ଼ି ହେଲା ତାହାହେଲେ ଲୋଭ ଲାଗିଯାଏ । ଏଭଳି ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରରେ । ୪୦ ବର୍ଷ ଧରି ଗୋଟିଏ ଜିପ୍‌ ଚଳାଉଥିଲେ । ଗତ ୩୦ ତାରିଖ ଦିନ ଅବସର ନେଲେ ଚନ୍ଦ୍ରଶେଖର ସାହୁ। ସେ କେନ୍ଦୁଝର ଉଦ୍ୟାନ ବିଭାଗର ଡ୍ରାଇଭର୍‌ ଭାବେ କାମ କରୁଥିଲେ । ହେଲେ ଅଫିସ ଛାଡ଼ିବା ପୂୂର୍ବରୁ ଦାର୍ଘଦିନ ଧରି ଚଳାଉଥିବା ଗାଡ଼ିକୁ ପୂଜାର୍ଚ୍ଚନା କରିବା ସହ ତାକୁ ଫୁଲରେ ସଜାଇ ହସ୍ତାନ୍ତର କରିଛନ୍ତି।

GADI-1ଚନ୍ଦ୍ରଶେଖରଙ୍କ କହିବା କଥା, ଏତେ ଦିନ ଧରି ଏହି ଗାଡ଼ିକୁ ମୁଁ ଚଳାଉଥିଲି । ଏହା ସହ ମୋର ଏକ ପାରିବାରିକ ସମ୍ବନ୍ଧ ହୋଇଯାଇଛି । ତା ଯୋଗୁଁ ମୋ ପରିବାର ପୋଷା ହୋଇଛି । ତେଣୁ ଏହି ଗାଡ଼ି ପ୍ରତି ମୁଁ କୃତଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.