ଦିବଂଗତ ଅଭିନେତା ଋଷି କପୁରଙ୍କ ବିୟୋଗରେ ନିତୁ ଓ ରଣବୀର କପୁର ଘରେ ଆୟୋଜନ କଲେ ପ୍ରାର୍ଥନା ସଭା, ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ଦିବଂଗତ ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ତାଙ୍କ ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁର ଘରେ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏକ ଫଟୋରେ ନିତୁ ଓ ରଣବୀର, ଋଷି କପୁରଙ୍କ ଫଟୋ ପାଖରେ ବସିଥିବାର ନଜର ଆସୁଛନ୍ତି। ରଣବୀର କୁର୍ତ୍ତା ଓ ମୁଣ୍ଡରେ ପଗଡ଼ି ବାନ୍ଧିଥିବା ବେଳେ ନିତୁ ଧଳା ରଙ୍ଗର ସଲୱାର ସୁଟ ପିନ୍ଧିଛନ୍ତି।

ଋଷିଙ୍କ ଫଟୋକୁ ଫୁଲରେ ସଜାଯାଇଛି। ପ୍ରାର୍ଥନା ସଭା ପରେ ଫଟୋଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଋଷିଙ୍କ ଫ୍ୟାନ ଏବଂ ଶୁଭଚିନ୍ତକମାନେ ଫଟୋଟିକୁ ସେୟାର କରିଛନ୍ତି। କହି ରଖୁଛୁ, 2 ବର୍ଷ ଧରି କ୍ୟାନସର ସହ ଲଢ଼େଇ କରି ଶେଷରେ ଋଷି କପୁର ଏପ୍ରିଲ 30 ତାରିଖ ଗୁରୁବାର ସକାଳେ ଆଖି ବୁଜିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.