Below header

COVID-19 ଯୋଦ୍ଧାଙ୍କୁ କରୋନା ! ଏମ୍‌ସ ହସ୍ପିଟାଲର ୨୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ, କ୍ୱାରେଣ୍ଟିନରେ ରହିଲେ ୧୦୦ରୁ ଅଧିକ ଗାର୍ଡ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ପ୍ରତିଷ୍ଠିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍‌ସରୁ ଏକ ବଡ ଖବର ସାମ୍ନାକୁ ଆସିଛି। ହସ୍ପିଟାଲରେ କାର୍ଯ୍ୟ କରୁଥିବା ୨୨ ଜଣ ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧାଙ୍କ ଥରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ଏମ୍‌ସରେ ଡ୍ୟୁଟି କରୁଥିବା ୧୦୦ରୁ ଅଧିକ ଗାର୍ଡଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି।

ଦିଲ୍ଲୀର ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ସଫଦରଜଙ୍ଗ ହସ୍ପିଟାଲ, ବାବୁ ଜଗଜୀବନ ରାମ ହସ୍ପିଟାଲ, ଆମ୍ବେଦକର ହସ୍ପିଟାଲ, କ୍ୟାନ୍ସର ଇନଷ୍ଟିଚ୍ୟୁଟ ଆଦିରେ କରୋନା ସହ ମୁକାବିଲା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇସାରିଛନ୍ତି।

coronnnaଏହାପୂର୍ବରୁ ଦିଲ୍ଲୀ ଏମ୍‌ସର ଜଣେ ରେସିଡେଣ୍ଟ ଡାକ୍ତର ଏହି ଖତରନାକ ଭାଇରସ କବଳରେ ପଡିସାରିଛନ୍ତି। ଗତ ମାସ କରୋନା ସଂକ୍ରମିତ ହୋଇଥିବା ଏହି ଡ଼ାକ୍ତରଙ୍କ ଗର୍ଭବତୀ ସ୍ତ୍ରୀ ମଧ୍ୟ କରୋନା ପଜିଟିଭ ମିଳିଥିଲେ। ତେବେ କିଛି ଦିନ ପରେ ତାଙ୍କ ସ୍ତ୍ରୀ ଜଣେ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ।

ସ୍ୱାସ୍ଥ୍ୟ ବିଭାଗ ଓ ଡାକ୍ତର ସଂଘ ଭିତରେ ଟଣା ଓଟରା

ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପଦ୍ମିନୀ ସିଂହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ପିପିଇ ପିନ୍ଧିବା ଏବଂ ସମସ୍ତ ପ୍ରାକ୍‌ ସୁରକ୍ଷା ବ୍ୟବସ୍ଥା ପରେ ମଧ୍ୟ କାହିଁକି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର ହେଲେ ତାର ଉତ୍ତର ଦେବାକୁ ସେ କହିଛନ୍ତି ।
ଅନ୍ୟପକ୍ଷରେ ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘର ସଭାପତି ଡାକ୍ତର ଆଦର୍ଶ ପ୍ରତାପ ସିଂହ କହିଛନ୍ତି ଯେ ସରକାର ଆମର ଜରୁରୀ ଆବଶ୍ୟକତା ପୂରଣ କରି ପାରୁନାହାନ୍ତି । ତା ପରିବର୍ତ୍ତେ ଆମକୁ ନୋଟିସ୍‌ ଜାରି କରୁଛନ୍ତି । ଏହା ଅତ୍ୟନ୍ତ ଅଦୂରଦର୍ଶୀ କାର୍ଯ୍ୟ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏଭଳି ଭାବେ ସଂକ୍ରମିତ ହୋଇ କ୍ୱାରେଣ୍ଟାଇନରେ ରହିବା ଯୋଗୁଁ ବିଭିନ୍ନ ହସପିଟାଲରେ ଚିକିତ୍ସା ସେବା ପ୍ରଭାବିତ ହେଉଛି । ସରକାର ଏବଂ ମେଡଇକାଲ କର୍ତ୍ତୃୃପକ୍ଷ ଏ ଦିଗରେ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.