ଗ୍ରୀନ୍‌ ଜୋନ୍‌ରେ ଚାଲିବନି ବସ୍‌, ମାଲିକ ସଂଘ କହିଲା ୫୦ ପ୍ରତିଶତ ଯାତ୍ରୀରେ ଖର୍ଚ୍ଚ ଉଠିବନି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗ୍ରୀନ ଜୋନରେ ଥିବା ଲୋକମାନଙ୍କ ଖୁସିକୁ ପାଣିଚିଆ କରି ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । କେନ୍ଦ୍ର ସରକାର ଗ୍ରୀନ୍‌ ଜୋନ୍‌ରେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଇବାକୁ କହିଛନ୍ତି । ହେଲେ ଏଥିରେ ରାଜି ନାହିଁ ବସ୍‌ ମାଲିକ ସଂଘ । ତେଣୁ ଆଦୌ ବସ୍‌ ନଚଳାଇବାକୁ ସଂଘ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ପରିସ୍ଥିତିରେ ବସ୍‌ ଚଳାଇବା ସମ୍ଭବପର ନୁହେଁ ବୋଲି ଘରୋଇ ବସ ମାଲିକ ସଂଘ କହିଛି। ଗ୍ରୀନ ଜୋନରେ ୫୦ ପ୍ରତିଶତ ଯାତ୍ରୀରେ ବସ ଚଳାଇବାକୁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।

ଏହା ଲାଗୁ କଲେ ବସମାଲିକଙ୍କୁ ବ଼ଡ ଧରଣର କ୍ଷତି ହେବ। ଘରୋଇ ବସ୍‌ଗୁଡ଼ିକୁ ୫୦ ପ୍ରତିଶତ ଯାତ୍ରୀ ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବସ୍‌ ସାନିଟାଇଜ କରିବାକୁ ଗାଇଡଲାଇନରେ କୁହାଯାଇଛି। ଏଭଳି ସ୍ଥିତିରେ ବସ୍‌ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ସଂଘ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.