ଇଞ୍ଜିନିୟର ସ୍ବାମୀଙ୍କୁ ଛାଡି ଡ୍ରାଇଭର ପ୍ରେମରେ ବାୟା ସ୍ତ୍ରୀ, ନିଜ ମଥାରୁ ସିନ୍ଦୁର ପୋଛିବାକୁ କରିଥିଲେ ୮୦ ହଜାର ଟଙ୍କାର ଡିଲ୍‌

ଭୁବନେଶ୍ୱର (କେନ୍ୟୁଜ୍): ଡ୍ରାଇଭର ପାଇଁ ସ୍ୱାମୀକୁ ହତ୍ୟା ଉଦ୍ୟମ । ସ୍ୱାମୀକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ତ୍ରୀ । ୮୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ହେଲେ ସବୁ ଷଡଯନ୍ତ୍ର ପଣ୍ଡ ହୋଇଗଲା । ମାଷ୍ଟରମାଇଣ୍ଡ ଡ୍ରାଇଭର ପୋଲିସ ହାତରେ ଧରାପଡିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଗିରଫ ଅଭିଯୁକ୍ତ ଅଶୋକ କୁମାର ସାହୁ ରେଳବାଇର ଇଲେକ୍ଟ୍ରିକାଲ ଇଞ୍ଜିନିୟର ବିନାୟକ ବେହେରାଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଇଞ୍ଜିନିୟରଙ୍କ ପୁରୀ ବଦଳି ପରେ ଡ୍ରାଇଭର ପ୍ରେମରେ ପଡିଥିଲେ ଇଞ୍ଜିନିୟରଙ୍କ ପତ୍ନୀ । ସବୁଦିନ ପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ଡ୍ରାଇଭର ସହ ମିଶି କରିଥିଲେ ଷଡଯନ୍ତ୍ର ।

ଗତ ୧୭ ତାରିଖରେ ଇଞ୍ଜିନିୟରଙ୍କୁ ଲୁହା ପାଇପ୍‌ ଓ ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଡ୍ରାଇଭରକୁ ଗିରଫ କରିଛି । ସ୍ତ୍ରୀ ଓ ସୁପାରୀ କିଲର ଫେରାର ଅଛନ୍ତି।

Leave A Reply

Your email address will not be published.