Below header

ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ରାସ୍ତାରେ ବୁଲୁଛି ଭାଲୁ, ଭିଡ଼ିଓ ଭାଇରାଲ୍ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ନବରଙ୍ଗପୁର: ରାସ୍ତାରେ ବୁଲୁଛି ଭାଲୁ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ରାସ୍ତାରେ ଭାଲୁ ବୁଲୁଥିବାର ଦୃଶ୍ୟ ଜଣେ ଗାଡି ଚାଳକ ମୋବାଇଲରେ କଏଦ କରିଛନ୍ତି । ଦିଗିସଲପା ଠାରୁ ଉଦୟପୁର ରାସ୍ତାରେ ଖାଦ୍ୟ ଖୋଜୁଛି ଭାଲୁ । ରାସ୍ତାରେ ଭାଲୁ ଥିବାରୁ ଅନେକ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇଥିଲା । ପୂର୍ବରୁ ଜଙ୍ଗଲରୁ ଗାଁ ମୁହାଁ ଭାଲୁ ହୋଇଥିବା ଦେଖିବାକୁ ମିଳିଥିଲା ।

ଏବେ ରାସ୍ତାରେ ଭାଲୁ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତ ଜାନୁୟାରୀ ୩ ତାରିଖରେ ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିରରେ ବାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। କିଛି ଦିନ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.