ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌, ରେକ୍ଟର ସ୍କେଲରେ ତ୍ରୀବତା ୪.୦

ସିକ୍କିମ: ସିକ୍କିମରେ ଭୂକମ୍ପ। ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌ ହୋଇଛି। ରେକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୪ ଦଶମିକ ୦। ଏହି ଭୂକମ୍ପ ସିକିମର ୟୁକସୋମ ନିକଟରେ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି।

ଏନସିଏସ୍ ଅନୁଯାୟୀ, ଶୁକ୍ରବାର ସକାଳ ୩.୪୩ମିନିଟରେ ସିକ୍କିମରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହାପୂର୍ବରୁ ଜାନୁଆରୀ ୧୪ରେ ଆସାମର ଡିମା ହାସାଓ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରାତି ୧୨.୪୫ ରେ ଲୋକମାନେ ଭୂକମ୍ପର କମ୍ପନ ଅନୁଭବ କରିଥିଲେ।
ରେକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୨ ରହିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.