ଭଦ୍ରକ ବଳାଜିତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ

ଭୟାବହ ଅଗ୍ନିକାଣ୍ଡ। ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଆସବାବପତ୍ର ସମେତ ଧାନ, ଚାଉଳ ଓ ଲୁଗାପଟା ସବୁକିଛି ନିଆଁର ଆଁକୁ ଚାଲିଯାଇଛି। ନିଆଁର ପ୍ରଖର ଏତେ ଥିଲା ଯେ, ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା। କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ଲୋକଙ୍କ ପାଖରେ ଆଉ କିଛି ନାହିଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.