Below header

ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ଆକ୍ରମଣ କରିଥିବା ବାରହା ମୃତ

ଘଟଗାଁ: ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାରହା ଆକ୍ରମଣରେ ବୃଦ୍ଧଙ୍କ ପେଟର ଅନ୍ତବୁଜୁଳା ବାହାରି ପଡିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ବୃଦ୍ଧ ହେଉଛନ୍ତି ଘଟଗାଁ ଥାନା ଗୋଳାବନ୍ଧ ଗ୍ରାମର ଡଲକା ଓରଫ ଜଳଧର ମୁଣ୍ଡା । ସେ ଛତିଆ ଗ୍ରାମରେ ରହି ଗାଈ ଚରାଉଥିବା ବେଳେ ହଠାତ ତାଙ୍କୁ ଅତର୍କିତ ଭାବେ ବାରହାଟି ଆକ୍ରମଣ କରିଥିଲା । ତେବେ ବାରହାଟି ଶିକାରୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ଥାଇ ଜଳଧର ମୁଣ୍ଡାକୁ ଆକ୍ରମଣ କରିଥିଲା । ସେଠାରୁ କିଛି ଦୂରରେ ଯାଇ ବାରହାଟିର ମଧ୍ୟ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ମୃତ ବାରହାକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.