Below header

ଭାରତରେ କରୋନା ପ୍ରବେଶ କରିବା ପରେ ଅନୁପମ୍‌ ଖେର ସେୟାର କଲେ ଭିଡିଓ, କହିଲେ ‘ଏଥରକ ନମସ୍ତେ କୁହନ୍ତୁ’

ଭାରତରେ କରୋନା ଭାଇରସ୍‌ ପ୍ରବେଶ କରିଥିବା ବେଳେ ଏନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ବ୍ୟକ୍ତ କରିଛନ୍ତି। ଇତି ମଧ୍ୟରେ ଅଭିନେତା ଅନୁପମ ଖେରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଅନୁପମ ଖେର ଲୋକଙ୍କୁ କରୋନା ଭାଇରସ୍‌ରୁ ବର୍ତ୍ତିବାକୁ ହାତ ମିଳାଇବା ଜାଗାରେ ନମସ୍ତେ କହି ଅଭିବାଦନ ଜଣାବାକୁ ପରାମର୍ଶ ଦେଇଛନ୍ତି। ଅନୁପମ ନିଜ ଟ୍ଵିଟର ପେଜ୍‌ରେ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ ‘କରୋନାରୁ ମୁକ୍ତି ପାଇଁ ମତେ ଅନେକ ଲୋକ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି, ମୁଁ ଏହା କରୁଛି। କିନ୍ତୁ ମୁଁ ସମସ୍ତ ଭାରତୀୟଙ୍କୁ ନମସ୍ତେ କହି ଅଭିବାଦନ ଜଣାଇବାକୁ ପରାମର୍ଶ ଦେଉଛି। ଏହା ହାଇଜେନିକ ଓ ଫ୍ରେଣ୍ଡଲି।’

ଦେଖନ୍ତୁ ଭିଡିଓ:

ଭିଡିଓରେ ଅନୁପମ କହୁଛନ୍ତି ଯେ ଦୁନିଆରେ କରୋନାର ଆତଙ୍କକୁ ଦେଖିବା ପରେ ମତେ ଲାଗୁଛି ଯେ ପରସ୍ପରକୁ ଅଭିବାଦନ ଜଣାଇବା ପାଇଁ ନମସ୍ତେ ହେଉଛି ସବୁଠାରୁ ଭଲ ମାଧ୍ୟମ। ଏହା ଏକ ପାରମ୍ପରିକ ଉପାୟ। ଏହା ଦ୍ୱାରା ଆପଣ ସଂକ୍ରମଣରୁ ମଧ୍ୟ ବର୍ତ୍ତିପାରିବେ। ଏଣୁ କିଛି ଦିନ ପର୍ଯ୍ୟନ୍ତ ଏହି ଉପାୟରେ ପରସ୍ପରକୁ ଅଭିବାଦନ କରିବା ଉଚିତ।

anupam kher2

ସୂଚନାଯୋଗ୍ୟ ଯେ ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଧୀରେ ଧୀରେ ସବୁ ଦେଶରେ ପ୍ରବେଶ କରିସାରିଲାଣି। ଏହାର ପ୍ରଭାବ ଏବେ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି। ଦିଲ୍ଲୀ, ତେଲେଙ୍ଗାନା, ନୋଏଡ଼ା ଆଦି ସ୍ଥାନରେ ଗୋଟିଏ ଲେଖାଏଁ କରୋନା ମାମଲା ସାମ୍ନାକୁ ଆସିବା ପରେ ଏନେଇ ଚିନ୍ତା ଆହୁରି ବଢ଼ିଯାଇଛି। କରୋନାକୁ ଦୃଷ୍ଟିରେ ରଖି ଲୋକେ ଅଧିକ ସଚେତନ ହେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.