ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଗୁରୁବାର ସେମିଫାଇନାଲ୍‌ରେ ଭାରତ ଭେଟିବ ଇଂଲଣ୍ଡକୁ

ସିଡନୀ : ଆଉ ଗୋଟିଏ ବିଜୟ ଭାରତୀୟ ମହିଳା ଦଳକୁ ପ୍ରଥମଥର ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚାଇବ । ଦୁଇଟି ବିଜୟ ଟାଇଟଲ୍‌ ଜିତାଇବ । ଜୋରଦାର ଫର୍ମରେ ଥିବା ଭାରତୀୟ ମହିଳା ଦଳ ୫ ତାରିଖ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ସେହି ଦିନ ଦକ୍ଷିଣ ଆଫ୍ରିକା ଅନ୍ୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ । ପୂର୍ବରୁ ୨୦୧୮ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭାରତ ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିଥିଲେ । ସେଥିରେ ଇଂଲଣ୍ଡ ବିଜୟୀ ହୋଇ ଫାଇନାଲ୍‌କୁ ଯାଇଥିଲା ଏବଂ ଟାଇଟଲ୍‌ ଲଢ଼େଇରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା ।
ଗ୍ରୁପ୍‌ ‘ଏ’ରେ ତାର ସବୁ ମ୍ୟାଚ୍‌ ଜିତି ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଥିଲା ଭାରତ । ମୋଟ୍‌ ୪ଟି ମ୍ୟାଚ୍‌ ଜିତି ସର୍ବାଧିକ ୮ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲିଆ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନ ପାଇଛି । ଅନ୍ୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆର ମୁକାବିଲା ଗ୍ରୁପ୍‌ ‘ବି’ର ପ୍ରଥମ ଦଳ ଦକ୍ଷିଣ ଆଫ୍ରିକା ସହିତ ହେବ । େଓ୍ଵଷ୍ଟଇଣ୍ଡିଜ୍‌ ସହ ଦକ୍ଷିଣ ଆଫ୍ରିକାର ଗ୍ରୁପ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯିବା ଯୋଗୁଁ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ । ଫଳରେ ଗୋଟିଏ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌ର ଶୀର୍ଷ ସ୍ଥାନ ଅଧିକାର କରି ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଏହି ଗ୍ରୁପ୍‌ରେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.