Below header

ଆଗ୍ରାରେ ଗୋଟିଏ ପରିବାରର ୬ ଜଣଙ୍କୁ କରୋନା, ପଠାଗଲା ଦିଲ୍ଲୀ

ଚୀନ ସମେତ ଅନ୍ୟ କେତେକ ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଉତ୍ତର ପ୍ରଦେଶରେ ମଧ୍ୟ ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଆଗ୍ରାର ଜୋତା ବ୍ୟବସାୟ କରୁଥିବା ଏକ ପରିବାରର ୬ ଜଣ ସଦସ୍ୟଙ୍କ ଠାରେ କରୋନା ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି।
ଦେଶରେ ଏକାସାଙ୍ଗେ ୬ ଜଣ ସନ୍ଦିଗ୍ଧ ରୋଗୀ ମିଳିବା ପ୍ରଥମ ମାମଲା ବୋଲି ଜଣାଯାଇଛି। ସମସ୍ତ ରୋଗୀଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଛି।

ପରିବାରର ସମସ୍ତ ସଦସ୍ୟଙ୍କୁ ଆଇସୋଲେଶନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ଏମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇଥିବା ଜଣାଯାଇଛି।

ହରିପର୍ବତ ଅଞ୍ଚଳର ଜୋତା କାରିଗରଙ୍କ ପରିବାର ମୋଟ ୧୩ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ଏହି ନମୁନା ନେଇ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଯାଞ୍ଚ ପାଇଁ ପୁଣେ ପଠାଇ ଦେଇଛନ୍ତି। ଯାଞ୍ଚରେ ୬ ଜଣଙ୍କ ଠାରେ କରୋନା ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ମଙ୍ଗଳବାର ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଆଲର୍ଟ ହୋଇଛି। ତୁରନ୍ତ ରୋଗୀଙ୍କୁ ଆଇସୋଲେଶନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। କିଛି ସମୟ ପରେ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଥିଲା। ଏମାନଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ସଦସ୍ୟଙ୍କ ନମୁନାକୁ ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.