ଗଣଦୁଷ୍କର୍ମ ପୀଡ଼ିତା ଓ ସ୍ୱାମୀଙ୍କୁ ପୋଲିସ ନିବସ୍ତ୍ର କରି ନିସ୍ତୁକ ପିଟିଥିବା ଅଭିଯୋଗ, ଭାଇରାଲ ହେଉଛି ଭିଡିଓ

ରକ୍ଷକ ସାଜିଲା ଭକ୍ଷକ। ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ଜୀବନରୁ ମାରିବାକୁ ଚେଷ୍ଟା କରିଛି ପୋଲିସ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ଅହମ୍ମଦନଗର ପୋଲିସ ଉପରେ ଏଭଳି ଏକ ଗମ୍ଭୀର ଆରୋପ ଲାଗିଛି। ଗଣଦୁଷ୍କର୍ମ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ପୋଲିସ କିଛି ଗୁଣ୍ଡାଙ୍କ ସହ ମିଶି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ନିବସ୍ତ୍ର କରି ପିଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନଜରରେ ଭିଡିଓଟି ଆସିବା ପରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

rape

ରିପୋର୍ଟ ମୁତାବକ ଜାନୁଆରୀ ୨୪ ତାରିଖରେ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ସ୍ୱାମୀ ଚିକିତ୍ସା ପାଇଁ ଏକ ମେଡିକାଲକୁ ଯାଇଥିଲେ। ମେଡିକାଲରୁ ଫେରିବା ବେଳେ ସେମାନେ ଏକ ଅଟୋରିକ୍ସା ବୁକ୍‌ କରିଥିଲେ। କିନ୍ତୁ ରିକ୍ସବାଲା ତାଙ୍କୁ ନିଶା ଶୁଙ୍ଘାଇ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲା। ସେଠାରେ ପୋଲିସ ସହ କେତେକ ଗୁଣ୍ଡା ମିଶି ତାଙ୍କୁ ନିବସ୍ତ୍ର କରି ଅଚେତ ଅବସ୍ଥାରେ ପ୍ରବଳ ପିଟିଥିଲେ। ଏମିତିକି ତାଙ୍କୁ ଜୀବନରୁ ମାରିବାକୁ ପେଟ୍ରୋଲ ମଧ୍ୟ ଢାଳି ଦେଇଥିଲେ।

gangrape

ତେବେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରର କହିବାନୁସାରେ ମହିଳାଙ୍କୁ ୨୦୧୬ ମସିହାରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ ଦୋଷୀଙ୍କୁ ଏବେ ଯାଏଁ ବେଲ ମିଳିନାହିଁ। କିନ୍ତୁ କେସ୍‌ ଉଠାଇ ନେବାକୁ ଅଭିଯୁକ୍ତଙ୍କ ତରଫରୁ ତାଙ୍କ ଉପରେ ଚାପ ପକାଯାଉଥିଲା। ମାତ୍ର ସେ କେସ୍‌ ନ ଉଠାଇବାରୁ ପ୍ରତିଶୋଧ ନେବାକୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏହାର ତଦନ୍ତ କରୁଛି ଓ ଖୁବ୍‌ଶୀଘ୍ର ଦୋଷୀ ଧରାପଡ଼ିବେ ବୋଲି ଜଣେ ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.