Below header

ସାମାଜିକ ସ୍ୱୀକୃତି ନମିଳିବା ଭୟରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ, ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ରାଇଘର ବ୍ଲକ ଚଡିଆପାରା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଇଘର ବ୍ଲକ ଚଡିଆପାରା ଗାଁର ଯୁବକ ଅମଲ ସିଂହ ଓ ଯୁବତୀ ରାମବାଇ ଗଣ୍ଡ । ସୂଚନା ଅନୁଯାୟୀ, ଯୁବକ ଯୁବତୀଙ୍କ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ଗତକାଲି ରାତିରେ ଅମଲ ସିଂହ ରାମବାଇଙ୍କ ଘରେ ରାତ୍ରି ଭୋଜନ କରି ଫେରିଥିଲେ । କିନ୍ତୁ ସକାଳୁ ରାମବାଇଙ୍କୁ ଘରେ ନପାଇ ପରିବାର ଲୋକେ ଖୋଜିଥିଲେ । ପରେ ଗାଁ ପାଖ ଜଙ୍ଗଲରୁ ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତେବେ ଦୁହେଁ ପରସ୍ପରକୁ ଭଲପାଉଥିଲେ । ସାମାଜିକ ସ୍ୱୀକୃତି ନମିଳିବା ଭୟରେ ଆତ୍ମହତ୍ୟା କରିଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.