Below header

ପୁରୀବାସୀଙ୍କ ଶୃଙ୍ଖଳା, ସଂଯମତା ଓ ତ୍ୟାଗର ତୁଳନା ନାହିଁ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ:ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷର ଇତିହାସ ସୃଷ୍ଟି କରିଛି ମହାପ୍ରଭୁଙ୍କ ରଥଯାତ୍ର। କୋଭିଡ୍‌ ସମୟରେ ମହାପ୍ରଭୁଙ୍କ ଯାତ୍ର କିପରି ନିୟମମାନି କରୁଛୁ ତା ଉପରେ ସାରା ବିଶ୍ୱ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ବଡଦାଣ୍ଡରେ ୪ ଦିନ ରହିଲେ। ପୁରୀବାସୀ କୋଭିଡ୍‌ ନିୟମ ମାନି ରହିଥିଲେ। ପୁରୀବାସୀଙ୍କ ଏହି ଶୃଙ୍ଖଳା, ସଂଯମତା ଓ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ଶ୍ରେଷ୍ଠ ଭକ୍ତି।


ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କୁ ଅଧିକ ନିବିଡ କରିଥାଏ। ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ୍‌ ଗାଇଡ ଲାଇନମାନି କିପରି କାମ କରିବାକୁ ହେବ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସବୁ ନୀତି ଭଲଭାବେ ଶେଷ ହୋଇଥିବାରୁ ସେବାୟତ, ଶ୍ରୀମନ୍ଦିର ଓ ଜିଲ୍ଲାପ୍ରଶାସନ, ରଥଯାତ୍ର ସହ ଜଡିତ ସବୁ ବିଭାଗ ସହ ପୁରୀର ଜନସାଧାରଣ ଓ ଜଗନ୍ନାଥ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଯେଉଁ ଶୃଙ୍ଖଳା, ତ୍ୟାଗ ଓ ସଂଯମତାରେ ରଥଯାତ୍ରା ଭଲରେ ସରିଲା, ସେହି ତିନିଟି କଥାକୁ କୋଭିଡ୍‌ ଯୁଦ୍ଧରେ ତିନିଟି ପ୍ରମୁଖ ଅସ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍‌ ଯୁଦ୍ଧ ଜିତିବାକୁ ତ୍ୟାଗ, ସଞ୍ଜମତା ଓ ଶୃଙ୍ଖଳାର ମାର୍ଗ ଗ୍ରହଣ କରିବାକୁ ପଡିବ। ଏହି ତିନି ଅସ୍ତ୍ର ଗ୍ରହଣ କଲେ କୋଭିଡ୍‌ ଯୁଦ୍ଧ ଆମକୁ ବିଜୟ ଆଣିଦେବ। ଅନଲକ ଆରମ୍ଭ ହୋଇଛି, ଆଉ ବିଶେଷ କଟକଣା ନାହିଁ। କୋଭିଡ୍‌ ପାଇଁ ଭ୍ୟାକ୍‌ସିନ ବା ମେଡିସିନ ନ ଆସିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବ ପରି ସ୍ୱାଭାବିକ ହେବ ନାହିଁ। ସମସ୍ତଙ୍କ ମଙ୍ଗଳ ପାଇଁ ତ୍ୟାଗ କରିବାକୁ ହେବ। କୋଭିଡ୍‌ ଗାଇଡ ଲାଇନକୁ କଡ଼ାକଡି ପାଳନ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗହଳି କରନ୍ତୁ ନାହିଁ କି ଗହଳିକୁ ଯାଆନ୍ତୁ ନାହିଁ। ବୟସ୍କ ଓ ଶିଶୁଙ୍କ ଯତ୍ନ ନିଅନ୍ତୁ। କୋଭିଡ୍‌ ନିୟମକୁ ଠିକ୍‌ରେ ପାଳନ କରିବାକୁ ଯୁବ ସମାଜକୁ ବିଶେଷ ଅନୁରୋଧ କରିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.