ଖୋର୍ଦ୍ଧା: ବିଦ୍ୟୁତ୍ ତାର ଲାଗି ଚାଲିଗଲା ନାବାଳିକାର ଜୀବନ, କ୍ଷତିପୂରଣ ଦାବିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ଶବ ରଖି ଧାରଣ ଦେଲେ ଗ୍ରାମବାସୀ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ ଥାନା ବାଲିପାଟପୁର  ଗ୍ରାମରେ  ଅଘଟଣ । ବିଦ୍ୟୁତ୍  ତାର ଲାଗି ଜଣେ  ନାବାଳିକାର ମୃତ୍ୟୁ । ମୃତକର ନାମ ବର୍ଷାରାଣୀ ବେହେରା  ଓ ବୟସ ୭ ବର୍ଷ ବୋଲି ଜଣା ପଡିଛି । ଵାଳିକା ଜଣକ ନିଜ ଘର  ଛାତ ଉପରେ  ଫୁଲ ତୋଳିବାକୁ  ଯାଇଥିବା ବେଳେ । ଓହଳି ପଡିଥିବା  ବିଦ୍ୟୁତ୍ ତାର  ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା ।

ନାବାଳିକାର ଚିତ୍କାର ଶୁଣି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ନାବାଳିକାକୁ ମୃତ ଘୋଷଣ‍ କରିଥିଲେ । ଟାଙ୍ଗୀ ପୋଲିସ୍ ଖବର ପାଇ ଶଵ ଜବତ କରି ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ୍ ବିଭାଗର ଅଵହେଳାରୁ ଏଭଳି ଘଟିଲା  ବୋଲି  ଗ୍ରାମବାସୀ ଅଭିଯୋଗ କରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କିନ୍ତୁ ବିଦ୍ୟୁତ କାର୍ଯ୍ୟାଳୟ ୧୫ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପରେ ଧାରଣା ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.