ଲଜ୍ଜା : ୫ ମାସ ଧରି ଝିଅର ଯୈାନ ଶୋଷଣ କରୁଥିଲେ ପିତା, ଗର୍ଭବତୀ ହେବା ପରେ ଥାନାରେ ହେଲା ମାମଲା ରୁଜୁ

ଥାଞ୍ଜାଭୁର : ତାମିଲନାଡୁରେ ଜଣେ ପିତା ନିଜର ଝିଅକୁ କରୁଥିଲେ ଯୈାନ ଶୋଷଣ । କଥା ପ୍ରଘଟ ହେବା ପରେ ଘଟଣା ଏବେ ପହଞ୍ଚିଛି ଥାନାରେ । ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣା ହେଉଛି ତାମିଲନାଡୁ ଥାଞ୍ଜାଭୁରର ।

ଉକ୍ତ ବାଳିକା ଯେତେବେଳେ ୪ ବର୍ଷର ଥିଲେ ତାଙ୍କ ମା’ ଚାଲିଯାଇଥିଲେ ପରପାରିକୁ । ସେହିଦିନ ଠାରୁ ଝିଅ ପିତାଙ୍କ ପାଖରେ ରହି ଆସୁଥିଲେ । ପେଶାରେ ପିତା ଜଣେ କୃଷକ ଥିବା ବେଳେ ତାଙ୍କର ଅନ୍ୟ ୨ ଝିଅ ମଧ୍ୟ ଅଛନ୍ତି । ପିତା ୫ ମାସ ଧରି ଝିଅକୁ ବଳାତ୍କାର କରିଆସୁଥିଲା ।

ପିତାଙ୍କ ଯୈାନ ଉତ୍ପୀଡ଼ନ ସହି ନପାରି ଉକ୍ତ ଝିଅ ପ୍ରଥମେ ତା’ର ସାନ ଭଉଣୀକୁ ଏକଥା କହିଥିଲା । ସାନ ଭଉଣୀ ସହାୟତାରେ ଉକ୍ତ ଝିଅ ତା’ର ଦାଦୀଙ୍କ ଘରକୁ ଚାଲିଯାଇଥିଲେ ।

ତେବେ ମାସେ ପରେ ଝିଅଟିର ପେଟ ଦରଜ ହେବାରୁ ଦାଦୀଙ୍କ ସହିତ ମେଡିକାଲ୍‌ ଆସି ଡାକ୍ତରଙ୍କୁ ନାତୁଣୀର ଦେହ ଦେଖାଇଥିଲେ । ଡାକ୍ତର ଝିଅଟି ଗର୍ଭବତୀ ଥିବା କହିବା ପରେ ଦାଦି ଘଟଣା ସମ୍ପର୍କରେ ଝିଅକୁ ପଚାରି ବୁଝିଥିଲେ ।

ଝିଅଟି ଯାହା କହିଥିଲା ଏଥିରେ ଦାଦୀଙ୍କ ହୋସ୍‌ ଉଡ଼ିଯାଇଥିଲା । ୫ ମାସ ଧରି ବାପା ମଦ ନିଶାରେ ତାଙ୍କୁ ବଳାତ୍କାର କରୁଥିଲା ବୋଲି ୧୫ ବର୍ଷର ଝିଅଟି ଦାଦୀ ଆଗରେ କହିବା ପରେ ଦାଦୀର ପାଦ ତଳୁ ଯେପରି ମାଟି ଖସିଯାଇଥିଲା । ଦାଦୀର ଜଣେ ସମ୍ପର୍କୀୟ ମଧ୍ୟ ବଳାତ୍କାର କରିଥିବା ଝିଅଟି କହିଛି । ପୋଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.