ସ୍ମାର୍ଟସିଟିରେ ନକଲି ଆରଟିଓଙ୍କ ଫାଇନ ଅସୁଲି, ଧରାପଡି ହେଲେ ହଟହଟା

ଭୁବନେଶ୍ବର(କେନ୍ୟୁଜ୍): ନକଲି  ଆରଟିଓ କରୁଥିଲେ ଫାଇନ ଆଦାୟ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗିରଫ କରିଛି କମିଶନରେଟ  ପୋଲିସ। ସୂଚନା ମୁତାବକ ଦୁଇ ଜଣ ଯୁବକ ନିଜକୁ ଆରଟିଓ ଦର୍ଶାଇ ନୟାପଲ୍ଲୀ ଫ୍ଲାଏ ଓଭର ଉପରେ ମାଲ ବୋଝେଇ ଟ୍ରକମାନଙ୍କଠାରୁ ଫାଇନ ଆଦାୟ କରୁଥିଲେ। ଯାହାର ଭିଡିଓକୁ କିଛି ଟ୍ରକ ଡ୍ରାଇଭର ଉତ୍ତଳନ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

ଆଜି ନୟାପଲ୍ଲ ପୋଲିସ ଏହି ଘଟଣାରେ ତଦନ୍ତ କରି ଏହି ନକଲି ଆରଟିଓଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାରକୁ ଜବତ କରିଛି। ତେବେ ରାଜଧାନୀ  ଭୁବନେଶ୍ବରରେ ଏତେ ସୁକ୍ୟୁରିଟି ପରେ କିପରି ନିଜକୁ ଆରଟିଓ କହି  ଅପରାଧୀମାନେ ଏଭଳି ଫାଇନ ଆଦାୟ କରୁଛନ୍ତି ତାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.