Below header

ଓଡ଼ିଶା ଏମ୍‌ଏଲ୍‌ଏ କୋଭିଡ୍‌ ପଜେଟିଭ୍‌ ବାହାରିବା ପରେ ସଂଘ ରୋଧରେ ରହିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର(କେନ୍ୟୁଜ୍‌) : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସଂଘରୋଧରେ ରହିବେ ବୋଲି ସୋମବାର ପ୍ରକାଶ କରିଛନ୍ତି । ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ଜଣେ ଏମ୍‌ଏଲ୍‌ଏଙ୍କୁ ଭେଟି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

ଏବେ ଉକ୍ତ ଏମ୍‌ଏଲ୍‌ଏଙ୍କ କୋଭିଡ଼୍‍ ଟେଷ୍ଟ ପଜେଟିଭ୍‌ ଆସିଥିବାରୁ ଶ୍ରୀ ଷଡ଼ଙ୍ଗୀ ନିଜ ଘରେ ସଂଘରୋଧରେ ରହିବେ ବୋଲି ପ୍ରକାଶ କରିଛନ୍ତି । ଗତ ୨ଓ ୩ ତାରିଖରେ ଶ୍ରୀ ଷଡ଼ଙ୍ଗୀ ଏକ ସରକାରୀ କାର୍ଯ୍ୟକ୍ରମ ଓ ଶୋକ ସଭାରେ ଯୋଗ ଦେବାକୁ ଆସି ନୀଳଗିରି ଏମ୍‌ଏଲ୍‌ଏଙ୍କ ସହ ବୈଠକ କରିଥିଲେ ।

pratap sarangi

ତେବେ ନୀଳଗିରି ଏମ୍‌ଏଲ୍‌ଏ କୋଭିଡ୍‌ ପଜେଟିଭ୍‌ ସମ୍ବାଦ ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରୀ ଷଡ଼ଙ୍ଗୀ ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନରେ ସଂଘ ରୋଧରେ ରହିବେ ବୋଲି ଏକ ଟ୍ଵିଟର ମାଧ୍ୟମରେ ଜଣାଇଛନ୍ତି ।

ନୀଳଗିରି ଏମ୍‌ଏଲ୍‌ଏ(ବିଜେପି) ଓଡ଼ିଶାର ପ୍ରଥମ ବିଧାୟକ ଯେ କି କୋଭିଡ଼୍‍ ପଜେଟିଭ ଥିବା ଜଣାପଡ଼ିଛନ୍ତି । ନୀଳଗିରି ଏମ୍‌ଏଲ୍‌ଏ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ସେ ଗତ କିଛି ଦିନ ଧରି ଭୁବନେଶ୍ୱର ଓ ତାଙ୍କ ନିର୍ବାଚନ ମଣ୍ଡଳୀରେ କେତେକ ମିଟିଂରେ ଯୋଗ ଦେଇଥିଲେ ।

ଓଡ଼ିଶାରେ ଏବେ ମୋଟ୍‌ କୋଭିଡ଼ କେସ୍‌ ୯,୫୨୬ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.