ରେଳବାଇ ସୃଷ୍ଟି କଲା ଇତିହାସ : ସୋଲାର ପାଓ୍ଵାରରେ ଚାଲିବ ଟ୍ରେନ୍‌, ଏମିତି କରିବାରେ ବିଶ୍ୱରେ ଏହା ହେଉଛି ପ୍ରଥମ ଦେଶ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଏବେ ସୋଲାର ପାଓ୍ଵାରରେ ଚଳାଇବ ଟ୍ରେନ୍‌ । ଏଥିପାଇଁ ରେଳବାଇ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଭାରତୀୟ ରେଳ ଏହାର ପ୍ରଥମ ପାଇଲଟ୍‌ ପ୍ରୋଜେକ୍ଟ ଅନୁଯାୟୀ ମଧ୍ୟପ୍ରଦେଶ ବୀଣା ଠାରେ ସୋଲାର ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରିଛି ।

rail-solar-1

ଏହା ୧.୭ ମେଗା ଓ୍ଵାଟ୍‌ ବିଜୁଳି ଉତ୍ପନ୍ନ କରିବ । ଯାହା ମାଧ୍ୟମରେ ଟ୍ରେନ୍‌ ଚାଲିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ବିଶ୍ୱ ଇତିହାସରେ ଏହା ଭାରତର ବଡ଼ ସଫଳତା । ସୋଲାର ପାଓ୍ଵାରରେ ଟ୍ରେନ୍‌ ଚଳାଇବାରେ ଭାରତ ହେବ ପ୍ରଥମ ଦେଶ ।

ମଧ୍ୟପ୍ରଦେଶ ବୀଣା ଠାରେ ରେଳବାଇ ଭେଲ୍‌(ଭାରତ ହେବି ଇଲେକ୍ଟିକାଲ୍ସ ଲିମିଟେଡ୍‌) ସହାୟତାରେ ସୋଲାର ପାଓ୍ଵାର ପ୍ଲାଣ୍ଟ ତିଆରି କରୁଛି । ଯେଉଁଥିରୁ ୨୫ ହଜାର ଭୋଲ୍ଟ ବିଜୁଳି ଉତ୍ପନ୍ନ ହେବ । ଯାହାକୁ ସିଧାସଳଖ ରେଳବାଇ ଓଭରହେଡ୍‌କୁ ଟ୍ରାନ୍ସଫର କରାଯିବ ।

rail-solar-2

ଏହା ସାହାଯ୍ୟରେ ଟ୍ରେନ୍‌ ଚାଲିବ । ସାରା ବିଶ୍ୱରେ ଏପରି ପାଓ୍ଵାର ପ୍ଲାଣ୍ଟ ଲାଗିନାହିଁ ଯେଉଁଠି ଟ୍ରେନ୍‌ ଚାଲିପାରିବ । ବିଶ୍ୱର ଅନ୍ୟ ସ୍ଥାନରେ ରେଳବାଇ ସୋଲାର ପାଓ୍ଵାରରେ ଷ୍ଟେସନ, ରେଳବାଇ କଲୋନୀ, ରେଳବାଇ କାର୍ଯ୍ୟାଳୟ ଆଦିରେ ଉପଯୋଗ କରି ବିଜୁଳିର ଆବଶ୍ୟକତା ପୂରଣ କରୁଥିଲା ।

ଭାରତୀୟ ରେଳ ଏବେ କିଛି ଡବା ଉପରେ ସୋଲାର ପ୍ୟାନେଲ୍‌ ଲଗାଇ ବିଜୁଳି ଉତ୍ପନ୍ନ କରିଛି । ଯାହାକି ଡବାର ବିଜୁଳି କାର୍ଯ୍ୟ ପୂରଣ କରିପାରୁଛି । ବାସ୍ତବରେ ସୋଲାର ପ୍ଲାଣ୍ଟ ଡିସି କରେଣ୍ଟକୁ ଏସିରେ ପରିବର୍ତ୍ତନ କରିଥାଏ ।

 

ଏହାକୁ ଟ୍ରାନ୍ସଫର୍ମର ମାଧ୍ୟମରେ ୨୫ କେଭି ଏସିରେ ପରିବର୍ତ୍ତନ କରି ଓଭରହେଡ୍‌ (ଟ୍ରେନ୍‌ ଉପରେ ଲାଗିଥିବା ବିଜୁଳି ତାର)କୁ ପଠାଇବ । ଯାହାଦ୍ୱାରା ଟ୍ରେନ୍‌ ଚାଲିପାରିବ । ମଧ୍ୟପ୍ରଦେଶରେ ନିର୍ମାଣ ହେଉଥିବା ଏହି ସୋଲାର ପ୍ଲାଣ୍ଟରୁ ୨୪.୮୨ ଲକ୍ଷ ୟୁନିଟ୍‌ ବିଜୁଳି ଉତ୍ପନ୍ନ ହେବ । ରେଳବାଇର ଏହି ପ୍ଲାଣ୍ଟରୁ ବାର୍ଷିକ ୧.୩୭ କୋଟି ଟଙ୍କା ଲାଭ ହେବ ବୋଲି ରେଳବାଇ ପକ୍ଷରୁ ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.