Below header

ଡ୍ରାଇଭର ନଥାଇ ଗଡ଼ିଲା ଗାଡ଼ି, ୭ ଜଣଙ୍କୁ ପିଟି କଲା ଆହତ

ବାଲେଶ୍ୱର ଜିଲ୍ଲା ନୀଳଗିରି କଦମସାହି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳଗିରିରୁ ଯାତ୍ରୀଙ୍କୁ ନେଇ ସନ୍ତରାଗଡ଼ିଆ ଯିବାକୁ ଥିବା ଯାତ୍ରୀବାହୀ ଗାଡ଼ିର ଡ୍ରାଇଭର ଓହ୍ଲାଇ ଯାତ୍ରୀ ଉଠାଉଥିବା ବେଳେ ହଠାତ ଆଗରେ ବସିଥିବା ଜଣେ ପିଲା ଚାବି ଅନ୍‌ କରିଦେଇଥିଲା।

କେନ୍ୟୁଜ୍(ବ୍ୟୁରୋ): ଡ୍ରାଇଭର ନଥାଇ ଗଡ଼ିଲା ଗାଡ଼ି। ଗାଡ଼ି ଧକ୍କାରେ ୭ ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି କଦମସାହି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳଗିରିରୁ ଯାତ୍ରୀଙ୍କୁ ନେଇ ସନ୍ତରାଗଡ଼ିଆ ଯିବାକୁ ଥିବା ଯାତ୍ରୀବାହୀ ଗାଡ଼ିର ଡ୍ରାଇଭର ଓହ୍ଲାଇ ଯାତ୍ରୀ ଉଠାଉଥିବା ବେଳେ ହଠାତ ଆଗରେ ବସିଥିବା ଜଣେ ପିଲା ଚାବି ଅନ୍‌ କରିଦେଇଥିଲା।

ଫଳରେ ଗାଡ଼ିଟି ଆଗକୁ ମାଡ଼ିଯିବା ସହ ଆଗରେ ଥିବା ଦୁଇଟି ବାଇକକୁ ଧକ୍କା ଦେଇଥିଲା। ପରେ ଏକ ପାଚେରୀରେ ବାଡ଼େଇ ହୋଇ ରହିଯାଇଥିଲା। ଏଥିରେ ୭ଜଣ ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.