Below header

ଭୁବନେଶ୍ୱର: ବନ୍ଧୁକ ଦେଖାଇ କାର ଭିତରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଲକ୍ଷ୍ମୀସାଗର ଥାନାରେ ଏତଲା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଲଜ୍ଜା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବନ୍ଧୁକ ମୂନରେ କାରରେ ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ୪ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଏଯାଏ ଦୁର୍ବୃତ୍ତଙ୍କ ଟେର ମିଳିନଥିବା ବେଳେ ମହିଳାଙ୍କ ଡାକ୍ତରୀ ମାଇନା କରି ବୟାନ ରେକର୍ଡ କରିଛି ପୋଲିସ। ଘଟଣାସ୍ଥଳରେ ମଧ୍ୟ ପୋଲିସ ଛାନଭିନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.