ଘରକୁ ଫେରିବ ସୁନ୍ଦରୀ, ପାଛୋଟି ନେବେ ମଧ୍ୟପ୍ରଦେଶର ୬ଜଣିଆ ସ୍ୱତନ୍ତ୍ର ଟିମ୍‌

ସୁନ୍ଦରୀର ଘର ବାହୁଡ଼ା । ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମଧ୍ୟପ୍ରଦେଶ କାହ୍ନାରୁ ଏକ ୬ ଜଣିଆ ସ୍ୱତନ୍ତ୍ର ଟିମ୍‌ ଆଜି ଅନୁଗୁଳରେ ପହଞ୍ଚିବେ । ଟିମ୍‌ ସଦସ୍ୟମାନେ ପ୍ରଥମେ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ। ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡିରେ କାହ୍ନାର ଘୋରେଲା ଅଭୟାରଣ୍ୟକୁ ନିଆଯିବ। ସେଠାରେ ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ ହେବ।

sundari21
pc: odisha news insight

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ସାତକୋଶିଆରେ ଜୈବ ବିବିଧତା ଫେରାଇ ଆଣିବା ଓ ବାଘ ବଂଶ ବୃଦ୍ଧି କରିବାକୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟର ଛଡ଼ା ଯାଇଥିଲା। କିନ୍ତୁ ମହାବୀରର ସନ୍ଦେହଜନକ ମୃତ୍ୟୁ ଓ ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୁନ୍ଦରୀ ଆକ୍ରମଣ କରିବା ଅଭିଯୋଗ ହେବା ପରେ ବିବାଦ ଉଠିଥିଲା। ଶେଷରେ ସୁନ୍ଦରୀ କାହ୍ନା ଫେରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.