Below header

ତମାଖୁ ସେବନ କରିବାକୁ ମନା କରିବାକୁ ଓଢ଼ଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କଲା ୯ ବର୍ଷର ଝିଅ

ଏବେ ଦେଶର ଚାରିଆଡ଼େ ନିଶା ମୁକ୍ତି ଅଭିଯାନ ଚାଲିଛି। ତେବେ ଇତି ମଧ୍ୟରେ ଛତିଶଗଡ଼ର ସରଗୁଜା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୯ ବର୍ଷର ଝିଅକୁ ତମାଖୁ ସେବନ କରିବାକୁ ବାରଣ କରିବାକୁ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଝିଅଟିର ଦାଦି ତାକୁ ତମାଖୁ ସେବନ କରିବାକୁ ମନା କରିଥିଲେ। ଏଥିରେ ରାଗିଯାଇ ସେ ଘର ପଛ ପଟେ ଥିବା ଏକ ଗଛରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛି।

ପୋଲିସର କହିବାନୁସାରେ, ଭିଠୁଆ ଗ୍ରାମପଞ୍ଚାୟତରେ ଏକ ୯ ବର୍ଷର ଝିଅ ଘର ପଛ ପଟେ ଗଛରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଖବର ମିଳିଥିଲା। ସେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏନେଇ ଘରେ ପଚରାଉଚରା କରିବାକୁ ଜଣାପଡ଼ିଛି ଯେ ଝିଅଟି ପିଲାବେଳୁ ତମାଖୁ ଓ ଗୁଟ୍‌ଖା ଆଦି ସେବନ କରୁଥିଲା। ତା ଦାଦି ତାକୁ ନିଶା ସେବନ କରିବାକୁ ମନା କରିଥିଲେ। ଏଥିରେ ବିରକ୍ତ ହୋଇ ସେ ଏଭଳି ଚରମ ପଦକ୍ଷେପ ନେଇଛି।

ଦାଦିଙ୍କ ବୟାନ ଆଧାରରେ ପୋଲିସ ଏବେ ତଦନ୍ତ ଚଳାଇଛି। ତେବେ ନାତୁଣୀକୁ ଭଲ ଶିକ୍ଷା ଦେବାକୁ ଚାହୁଁଥିବା ବେଳେ ସେ ଏହାକୁ ଭୁଲ ଅର୍ଥରେ ନେଇ ଜୀବନ ହାରିଦେଇଥିବାରୁ ଦାଦି ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ଏବେ ପୂରା ଗାଁରେ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.