ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ କରୋନା, ଏମ୍‌ସରେ ଚାଲିଛି ଚିକିତ୍ସା

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ କରୋନା। ଏବେ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଏମ୍‌ସର ବୁଲେଟିନ୍‌ରେ ବାଚସ୍ପତିଙ୍କୁ କରୋନା ହୋଇଥିବା ସୂଚନା ଦିଆଯାଇଛି। ରିପୋର୍ଟ ମୁତାବକ, ମାର୍ଚ୍ଚ ୧୯ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦ ତାରିଖରେ ଓମ୍‌ ବିର୍ଲାଙ୍କୁ ଏମ୍‌ସର କୋଭିଡ୍‌ ସେଣ୍ଟରରେ ଅବଜରଭେସନ୍‌ରେ ରଖାଯାଇଥିଲା। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଥିବା ସୂଚନା ମିଳିଛି। ତେବେ କେବେ ତାଙ୍କୁ ଡିସ୍‌ଚାର୍ଜ କରାଯିବ ସେ ନେଇ ଏବେ ଯାଏଁ ମେଡିକାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

You might also like