ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟର Detel Easy Plus, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

Detel Easy Plus ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଯାହାର ଦାମ୍ ୩୯,୯୯୯ ଟଙ୍କା ରହିଛି। କମ୍ପାନୀ ମୁତାବକ, ଏହା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ଟୁ-ହୁଇଲର ଗାଡି। ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଚନ୍ତି, ତେବେ ଅନଲାଇନ ଜରିଆରେ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ ୨ ହଜାର ଟଙ୍କାର ଟୋକନ ଆମାଉଣ୍ଟ ଦେବାକୁହେବ। ଏହି ସ୍କୁଟରକୁ କମ୍ପାନୀର ଅଫିସିଆଲ ୱେବସାଇଟ ଜରିଆରେ କରିପାରିବେ।

ଏହି ସ୍କୁଟରକୁ ୨୫୦ ୱାଟ ଇଲେକ୍ଟ୍ରିକ ମୋଟର ଏବଂ 48v 12AH LiFeP04 ବ୍ଯାଟେରୀ ଦିଆଯାଇଛି। ଏହି ବ୍ଯାଟେରୀକୁ ୬ରୁ ୭ ଘଣ୍ଟାରେ ଚାର୍ଜ କରିପାରିବେ। କମ୍ପାନୀ ଏହି ସ୍କୁଟରରେ ୨ ବର୍ଷର ଷ୍ଟାଣ୍ଡର୍ଡ ୱାରେଣ୍ଟି ମିଳୁଛି। ଏହାଛଡା ଏଥିରେ ରୋଡସାଇଡ ଆସିଷ୍ଟାଣ୍ଟ ପ୍ଯାକେଜ ଏବଂ ଫ୍ରିରେ ହେଲମେଟ ମିଳୁଛି।

detel
photo credit: India Today

ଏହି ସ୍କୁଟରକୁ ଆପଣ ୬୦ କିମି ରେଞ୍ଜ ସିଙ୍ଗଲ ଚାର୍ଜ କରିପାରିବେ। ସ୍କୁଟରର ଲୋଡ କ୍ଷମତା ୧୭୦ କେଜି ରହିଛି। ଏହାର ଟପ୍ ସ୍ପିଡ ୨୫ kmph ରହିଛି। ଏହା ୫ଟି କଲର ଅପସନରେ ମିଳୁଛି। ମେଟାଲିକ ବ୍ଲାକ, ମେଟାଲିକ ରେଡ, ମେଟାଲିକ ୟଲୋ, ଗନମେଟାଲ ଏବଂ ପର୍ଲ ୱାଇଟ କଲର ଅପସନରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.