Below header

ସନ୍ଧ୍ୟାର ଟିଫିନରେ ପ୍ରସ୍ତୁତ କରନ୍ତୁ କିଛି ନୂଆ, ବନାନ୍ତୁ ସୋୟାବିନ୍‌ ଉପମା

ଆବଶ୍ୟକ ସାମଗ୍ରୀ

  • ୧ ଚାମଚ ଭଜା ବାଦାମ୍‌
  • ଏକ କପ୍‌ ଭିଜା ସୋୟାବିନ୍‌
  • ୧/୨ କପ୍‌ କ୍ଷୀର
  • ୧/୨ ଚାମଚ ସୋରିଷ
  • ଏକ ଚାମଚ ଭୃଷଙ୍ଗ ପତ୍ର
  • ଅଳ୍ପ ଲାଲ ଲଙ୍କା
  • ଲୁଣ ଏବଂ ତେଲ (ସ୍ୱାଦାନୁସାରେ)
  • କଟା ଟମାଟୋ, ପିଆଜ, କଞ୍ଚା ଲଙ୍କା ଏବଂ ଗାଜର
  • ଆମଚୁର ପାଉଡର, ଲାଲ ଲଙ୍କା ପାଉଡର, ପେଶା ଧନିଆ ଗୁଣ୍ଡ, ହଳଦି, ଗରମ ମସଲା (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ସେଥିରେ ସୋରିଷ, ଭୃଷଙ୍ଗ ପତ୍ର ଏବଂ ଲଙ୍କା ପକାନ୍ତୁ। ଏହା ଯେତେବେଳେ ଛୁଙ୍କ ହେବ ସେତେବେଳେ ଏଥିରେ ପରିବା ଏବଂ ଲୁଣ ପକାଇ ଦିଅନ୍ତୁ। ଏହାପରେ ଭଜା ହୋଇଥିବା ସୋୟାବିନ ଏବଂ ଭଜା ହୋଇଥିବା ବାଦାମ ପକାଇ ପ୍ୟାନକୁ ଘୋଡାଇ ଦିଅନ୍ତୁ। ୪-୫ ମିନିଟ୍‌ ପରେ ହଳଦି, ଲାଲ ଲଙ୍କା, ଆମଚୁର ପାଉଡର, ପେସା ଧନିଆ ଗୁଣ୍ଡ ଏବଂ ଗରମ ମସଲା ପକାଇ ଚଲାନ୍ତୁ। ଯେତେବେଳେ ମସଲା ଭଲଭାବେ ହୋଇଯିବ ସେତେବେଳେ ଏଥିରେ ଅଧା କପ୍‌ କ୍ଷୀର ପକାଇ ଦିଅନ୍ତୁ ଏବଂ ୫-୭ ମିନିଟ ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ ଏବଂ ଏହା ଉପରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.