Below header

ଶୀଘ୍ର ଶେଷ କରନ୍ତୁ କାମ, ଲଗାତର ଭାବେ ବନ୍ଦ ରହିବ ବ୍ୟାଙ୍କ୍‌

ଯଦି ଆପଣଙ୍କର ବ୍ୟାଙ୍କ କାମ ଅଛି ତାହେଲେ ଆଗାମୀ ସପ୍ତାହରେ ଜଲଦି ସାରିଦିଅନ୍ତୁ। କାହିଁକିନା ଯଦି ଆପଣ ବ୍ୟାଙ୍କ ସମ୍ବନ୍ଧୀୟ କାମ ଆଗାମୀ ସପ୍ତାହରେ ଶେଷ କରୁନାହାଁନ୍ତି ତାହେଲେ ଆପଣଙ୍କୁ ଏପ୍ରିଲ ୩ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ।

ମାର୍ଚ୍ଚ ୨୭ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ ବ୍ୟାଙ୍କ ମାତ୍ର ଦୁଇଦିନ ଖୋଲା ରହିବ। ମାର୍ଚ୍ଚ ୨୭, ୨୮ ଓ ୨୯ ତାରିଖ ଲଗାତାର ତିନିଦିନ ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରେ ଚତୁର୍ଥ ଶନିବାର, ୨୮ରେ ରବିବାର ଓ ୨୯ ତାରିଖରେ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ।

ପାଟନାରେ ଲଗାତାର ଚାରିଦିନ ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ୱେବସାଇଟ ଅନୁସାରେ, ପାଟନାରେ ୩୦ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୩୧ ତାରିଖରେ ଛୁଟି ନାହିଁ କିନ୍ତୁ ମାସର ଶେଷ ଦିନ ହୋଇଥିବାରୁ ଗ୍ରାହକଙ୍କ ସବୁ ସେବା ଉପରେ ବ୍ୟାଙ୍କ ଧ୍ୟାନ ଦେଇନଥାଏ, କାରଣ ଏହା ଆର୍ଥିକ ବର୍ଷର ଶେଷ ଦିନ।

ବ୍ୟାଙ୍କ ପାଇଁ ବାର୍ଷିକ ଆକାଉଣ୍ଟ କ୍ଲୋଜ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରିତ ହୋଇଛି। ସେଥିପାଇଁ ଏହିଦିନ ମଧ୍ୟ ଗ୍ରାହକଙ୍କ କାମ ହେବନାହିଁ। ଏପ୍ରିଲ ୨ ତାରିଖରେ ଗୁଡ଼ ଫ୍ରାଇଡେ ଅଛି। ସେଥିପାଇଁ ଦେଶରେ ସବୁ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ଯଦି କିଛି ବ୍ୟାଙ୍କ କାମ ଅଛି ତାହେଲେ ୨୭ ତାରିଖ ପୂର୍ବରୁ ସାରି ଦିଅନ୍ତୁ। ଏପ୍ରିଲ ୩ ତାରିଖରେ ସବୁ ବ୍ୟାଙ୍କ ଖୋଲା ରହିବ। ଏପ୍ରିଲ ୪ ତାରିଖ ରବିବାର ବ୍ୟାଙ୍କ ବନ୍ଦ ରହିବ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହିସବୁ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି। ତେଣୁ ଆପଣ ଆରବିଆଇ ୱେବସାଇଟରୁ ଛୁଟି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.