ସ୍କୁଲରୁ ତଡ଼ା ଖାଇଥିବା ୮ମ ପାସ୍‌ ଯୁବକ କଲା ଗର୍ଭବତୀ ମହିଳାଙ୍କ ଅପରେସନ୍‌, ଉଭୟ ମା’ ଓ ଶିଶୁ ମୃତ

ଉତ୍ତର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୩୦ ବର୍ଷୀୟ ବ୍ୟକ୍ତି ସେଭିଂ କରିବାରେ ବ୍ୟବହୃତ ବ୍ଲେଡ୍‌ରେ ଜଣେ ଗର୍ଭବତୀ ମହିଳାଙ୍କ ସିଜରିଆନ୍‌ ସେକ୍ସନ୍‌ ଅପରେସନ୍‌ କରିଛି। ଫଳରେ ଉକ୍ତି ମହିଳାଙ୍କ ସମେତ ନବଜାତକର ମଧ୍ୟ ମୃତ୍ୟୁ ଘଟିଛି।

ରିପୋର୍ଟ ମୁତାବକ, ମଲ୍ଲାନର ପୁରବା ଗାଁର ପୁନମ୍‌ ଗର୍ଭବତୀ ଥିଲେ। ମଙ୍ଗଳବାର ରାତିରେ ପରିଜନମାନେ ତାଙ୍କୁ ମା’ ଶାରଦା ମେଡିକାଲକୁ ନେଇଥିଲେ। ସେଠାରେ ନକଲି ଡାକ୍ତର ପୁନମ୍‌ଙ୍କ ଅପରେସନ୍‌ କରିଥିଲେ। ଏ ଅବସରରେ ପୁନମ୍‌ଙ୍କର ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଡାକ୍ତର ତାଙ୍କୁ ବିନା କାଗଜପତ୍ରରେ ଲକ୍ଷ୍ନୌ ସ୍ଥାନାନ୍ତର କରିଥିଲେ। କିନ୍ତୁ ରାସ୍ତାରେ ହିଁ ଉଭୟ ମା’ ଓ ଛୁଆର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

doctor
Image Credit: abplive

ପୋଲିସ ମାମଲାର ତଦନ୍ତ କରିବାରୁ ଜାଣିବାକୁ ପାଇଛି ଯେ, ଯେଉଁ ଡାକ୍ତର ମହିଳାଙ୍କ ଅପରେସନ୍‌ କରିଥିଲେ ତାଙ୍କ ପାଖରେ କୌଣସି ଡାକ୍ତରୀ ଡିଗ୍ରୀ ନାହିଁ। ସେ କେବଳ ୮ମ ପାସ୍‌ କରିଛନ୍ତି। ସେହିପରି ତାଙ୍କ ସହଯୋଗୀ ୫ମ ଶ୍ରେଣୀ ପାସ୍‌ କରିଥିବା ଜଣାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ମେଡିକାଲର ସଞ୍ଚାଳକ ମଧ୍ୟ ଦ୍ୱାଦଶ ପାସ୍‌। ପୋଲିସ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁୁ ଗିରଫ କରିଛି। ତେବେ ନକଲି ଡାକ୍ତରଙ୍କ ଯୋଗୁ ଦୁଇଟି ଅମୂଲ୍ୟ ଜୀବନ ଚାଲିଯାଇଥିବାରୁ ଗାଁରେ ଶୋକର ବାତାବରଣ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.