ଇଣ୍ଡିଆନ ଏୟାରଲାଇନ୍ସ ସ୍ପାଇସଜେଟ ସୋନୁଙ୍କୁ ଦେଲା ସ୍ପେଶାଲ ସମ୍ମାନ, ନିଜ ବୋଇଂ ବିମାନରେ ଲଗାଇଲା ସୋନୁଙ୍କ ଫଟୋ

ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରି ରିୟଲ ଲାଇଫ ହିରୋ ସାଜିଥିଲେ ସୋନୁ। ଗରିବ, ଧନୀ ହେଉ ଅବା ଛାତ୍ରଛାତ୍ରୀ କିମ୍ବା ଶ୍ରମିକ ସମସ୍ତଙ୍କୁ ସାହାଯ୍ଯ କରିଥିଲେ ସୋନୁ। ସୋନୁଙ୍କ ଏପରି କାମ ଯୋଗୁଁ ଲୋକେ ତାଙ୍କୁ ପୂଜା କରୁଛନ୍ତି। ସେ ଲଗାତାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଗକୁ ମଧ୍ୟ ଏହିଭଳି ସେ ଲୋକଙ୍କୁ ସାହାଯ୍ୟ କରିବା ଜାରି ରଖିବେ ବୋଲି କହିଛନ୍ତି।

ଏବେ ଇଣ୍ଡିଆନ ଏୟାରଲାଇନ୍ସ ସ୍ପାଇସଜେଟ ସ୍ପେଶାଲ ଭାବେ ସୋନୁଙ୍କୁ ଧନ୍ୟବାଦ ଜଣାଇଛି। ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦଙ୍କୁ ସମ୍ମାନିତ କରିବାକୁ ସ୍ପାଇସଜେଟ ନିଜ ବୋଇଂ ୭୩୭ରେ ଅଭିନେତାଙ୍କ ଫଟୋ ଲଗାଇଛି। ଫଟୋ ସହିତ ଏକ ସ୍ବତନ୍ତ୍ର ମେସେଜ ମଧ୍ୟ ଲେଖିଛି। ସ୍ପାଇସଜେଟର ଏହି ପଦକ୍ଷେପ ଦେଖି ସୋନୁ ସୁଦ ଭାବବିହ୍ୱଳ ହୋଇଯାଇଛନ୍ତି।


ସ୍ପାଇସଜେଟ ସୋନୁ ସୁଦଙ୍କ ଫଟୋ ଲଗାଇ ଲେଖିଛି, “ସଲ୍ୟୁତ ଟୁ ଦ ସେବିୟର ସୋନୁ ସୁଦ” ଅର୍ଥାତ ମସିହା ସୋନୁ ସୁଦଙ୍କୁ ସଲାମ। ସ୍ପାଇସଜେଟରେ ଲାଗିଥିବା ନିଜ ଫଟୋକୁ ଟ୍ୱିଟ କରିଛନ୍ତି ସୋନୁ ସୁଦ । ସୋନୁ କହିଛନ୍ତି, ଏତେ ସ୍ନେହ ଓ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଜି ମୁଁ ମୋ ମାତାପିତାଙ୍କୁ ବହୁତ ମିସ କରୁଛି।” ସୋନୁଙ୍କ ଏହି ଟ୍ୱିଟରେ ତାଙ୍କ ପ୍ରଶଂସକ ଅନେକ ପ୍ରତିକ୍ରିୟା ରଖିଛନ୍ତି।