ବିନା କୌଣସି ଚାପରେ ନିଷ୍ପତ୍ତି ନେବାକୁ ହେବ: NIT ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ଉଭୟ ସାଂସ୍କୃତିକ ଏବଂ ଐତିହାସିକ କ୍ଷେତ୍ରରେ ବେଶ୍‌ ସମୃଦ୍ଧ । କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ । ଦେଶ ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି । ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ବିନା କୌଣସି ଚାପରେ ନିଷ୍ପତ୍ତି ନେବାକୁ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହା ସହ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଛି । ଏନ୍‌ଆଇଟି ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଛନ୍ତି ରାଷ୍ଟ୍ରପତି ।

president 1

ସମାବର୍ତ୍ତନ ଉତ୍ସବରେ ରାଜ୍ୟପପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ । ଏନ୍‌ଆଇଟିରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି । ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ୍‌ ବିର୍ଲା ଓ ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ସମ୍ମାନ ସୂଚକ ଡିଗ୍ରୀ ପ୍ରଦାନ କରାଯାଇଛି । ସେହିପରି ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । … ଏନ୍‌ଆଇଟି ପରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିବେ । ଅପରାହ୍ନ ୩ଟା ୪୫ରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସାଢେ ୪ଟାରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି । ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୪୦ପ୍ଲାଟୁନ ପୋଲିସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.