Below header

ଜମିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଭିଡ଼ିଓ ଭାଇରଲ

ବାଲେଶ୍ୱର(କେ ନ୍ୟୁଜ): ରେମୁଣା ଥାନା ପତ୍ରିପାଳ ପଞ୍ଚାୟତ ଅଧିନ ହାତୀଆଗଣ୍ଡ ଗ୍ରାମରେ ଜମିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ହାତୀଆଗଣ୍ଡ ଗ୍ରାମର ମାଧବ ଦାସ ପରିବାର ସହ ବିମଳ ଦାସଙ୍କ ପରିବାର ସହ ଗତ ୧୭ ତାରିଖରେ ମାଟି ଉଠାକୁ ନେଇ ବଚସା ହୋଇଥିଲା । ଏହାକୁ ନେଇ ମାଧବ ଦାସଙ୍କ ପରିବାର ବିମଳ ଦାସଙ୍କ ଦଖଲରେ ଥିବା ଜମିକୁ ନିଜର ବୋଲି ଦାବି କରିଥିଲେ । ପରେ ବିମଳଙ୍କ ଘରବାଡ଼ିରେ ଥିବା ଗୁଆଗଛ ସମେତ ନଡ଼ିଆ ଗଛ ଓ କିଛି ଫଳ ଗଛକୁ ମାଧବ ଦାସ ଏବଂ ତାଙ୍କ ଭାଇମାନେ ହାଣିଦେଇଥିଲେ । ଘଟଣାସ୍ଥଳରେ ବିମଳଙ୍କ ସ୍ତ୍ରୀ ଅବନ୍ତୀ ପ୍ରତିବାଦ କରିବାରୁ ମାଧବ ଦାସ ଓ ଅବନ୍ତିଙ୍କ ମଧ୍ୟରେ ଠେଲା ପେଲା ହୋଇଥିବାବେଳେ ଅବନ୍ତିଙ୍କୁ ତଳେ କଚାଡି ଦେଇଥିବା ଦେଖିବାକୁ ମିଳିଛି । ପରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ରେମୁଣା ବଜାରରେ ରକ୍ତାକ୍ତ ସଂଘର୍ଷ ହୋଇଥିବା

ବେଳେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଗୁରୁତର ହୋଇ ଭର୍ତି ହୋଇଥିଲେ ।ଏହି ଘଟଣା ପଛରେ କିଛି ଦିନ ପୂର୍ବରୁ ବେଆଇନ ବାଲି ପରିବହନକୁ ନେଇ ଉପୁଜିଥିବା ବିବାଦ ହିଁ ପରବର୍ତ୍ତି ହିଂସାର ମୂଳ କାରଣ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶକରନ୍ତି । ଯାହାକି ବେଆଇନ ବାଲି ଚାଲାଣକାରୀ ଗୋଷ୍ଠୀଙ୍କୁ ସମର୍ଥନ ନକରିବାରୁ ଅବନ୍ତୀ ଦାସଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଆକ୍ରମଣକରାଯାଇଥିବାର ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ସରଜମିନ ତଦନ୍ତ ପୂର୍ବକ ଉଭୟପକ୍ଷଙ୍କ ଉପରେ ମୋକଦ୍ଦମା କରାଯାଇ ପରିସ୍ଥିତି ଉପରେ ନଜର ରଖା ଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ ପାଇଥିବା ବେଳେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ଅଧିକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.