Below header

ନଦୀରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ ସ୍ଥଳ ନିକଟରେ। ଆଜି ଅପରାହ୍ନରେ ମହିଳା ଜଣଙ୍କ ନଦୀକୂଳେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ମହିଳା ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଛୋଟରାୟ ମୁଣ୍ଡାଙ୍କ ସ୍ତ୍ରୀ ମିନତୀ ମୁଣ୍ଡା (୪୫) ବୋଲି ଜଣାପଡିଛି । ନଦୀରେ ପାଣି କମ ଥିବା ବେଳେ ମହିଳାଙ୍କ ମୃତ୍ୟୁ କିପରି ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମୃତ ମହିଳା ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ସ୍ୱାମୀ ଛାଡି ଦେଇଥିବାରୁ ସେ କିଛିଦିନ ହେବ ସ୍ଥାନୀୟ କୁଣ୍ଡପାଟଣା ଅଂଚଳରେ ରହି କାମ କରୁଥିଲେ । ଖବର ପାଇ ଯାଜପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଵ୍ୟଵଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.