Below header

ବାରହା ଶିକାର ପାଇଁ ଦୁର୍ବୃତ୍ତ ବିଛାଇଥିଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଭଞ୍ଜନଗର(କେନ୍ଯୁଜ୍): ବିଦ୍ୟୁତ ତାର ନେଲା ଜୀବନ। ଗୁରୁତର ଆହତ ହୋଇଥିଲେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ମୃତ। ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ଦୁର୍ବୃତ୍ତ ବିଛାଇଥିଲେ ବିଦ୍ୟୁତ ତାର । ଧାନକ୍ଷେତକୁ ଯାଇ ଫେରୁଥିବାବେଳେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଜଣେ ମହିଳା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ଖବର ମିଳିଛି ।

ଗଂଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗାନ୍ଧୀନଗର ଗାଁ ନିକଟରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ମୃତ ମହିଳା ଜଣକ ରଜନୀ ସ୍ବାଇଁ । ରବିବାର ସଂଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ , ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୁଗୁଡ଼ା , ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଆହୁରୀ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହେଇଥିଲା। ବାଲିପଦର ଫାଣ୍ଡି ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ଅନ୍ଯପଟେ ଫାଣ୍ଡିରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ , ଘଟଣା ସଂକ୍ରାନ୍ତରେ ପୋଲିସ ପକ୍ଷରୁ ଅନୁଧ୍ୟାନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.