ପୁଣି ଯୋଡ଼ି ହେଉଛି କି ସମ୍ପର୍କ! ଛାଡ଼ପତ୍ର ପରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଲେ ସାମନ୍ଥା ଓ ନାଗା ଚୈତନ୍ୟ

ଟଲିଉଡ୍‌ ଷ୍ଟାର ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଘୋଷଣା ପରେ ତାଙ୍କ ଫ୍ୟାନ୍‌ଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଏହି ଦୁଇ କପଲଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ଏଣୁ ଏମାନେ ଅଲଗା ହେବାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। ତେବେ ନିକଟରେ ଏହି ଦୁଇ ଷ୍ଟାର ପବ୍ଲିକ୍‌ ପ୍ଲେସ୍‌ରେ ଏକାଠି ନଜର ଆସିଛନ୍ତି, ଯାହା ଦେଖି ଫ୍ୟାନ୍‌ମାନେ ଆଶା ପ୍ରକାଶ କରିଛନ୍ତି ଯେ ବୋଧେ ଏହି ଦୁଇ ସେଲିବ୍ରିଟି ପୁଣି ଥରେ ଏକାଠି ହେଉଛନ୍ତି।

ରିପୋର୍ଟ ମୁତାବକ, ଛାଡ଼ପତ୍ର ଘୋଷଣା ପରେ ସାମନ୍ଥା ଓ ନାଗା ଚୈତନ୍ୟ ହାଇଦ୍ରାବାଦର ରାମାନାଇଡ଼ୁ ଷ୍ଟୁଡ଼ିଓରେ ଏକାଠି ନଜର ଆସିଛନ୍ତି। ସେମାନଙ୍କ ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ହେଉଛି ଯେ ଏହି ଦୁଇ ଜଣ ନିଜ ସମ୍ପର୍କକୁ ଆଉ ଏକ ମଉକା ଦେବାକୁ ଚାହୁଁଛନ୍ତି। ତେବେ ଏବେ ଏହି ଦୁଇ ଜଣ ଏକାଠି ନଜର ଆସିବାର କାରଣ ସାମ୍ନାକୁ ଆସିଛି।

 

View this post on Instagram

 

A post shared by Samantha (@samantharuthprabhuoffl)

ମିଳିଥିବା ସୂଚନା ଅନୁସାରେ, ନାଗା ଚୈତନ୍ୟ ଓ ସାମନ୍ଥାଙ୍କୁ ହାଇଦ୍ରାବାଦରେ ରାମାନାଇଡ଼ୁ ଷ୍ଟୁଡ଼ିଓରେ ଏକାଠି ନଜର ଆସିଛନ୍ତି। ସେଠାକୁ ନାଗା ନିଜ ଫିଲ୍ମ ବଙ୍ଗାରାଜୁର ସୁଟିଂ ପାଇଁ ଯାଇଥିବା ବେଳେ ସାମନ୍ଥା ସେହି ଷ୍ଟୁଡ଼ିଓକୁ ନିଜ ଫିଲ୍ମ ଯଶୋଦାର ସୁଟିଂ କରିବାକୁ ଯାଇଥିଲେ। ତେବେ କୁହାଯାଉଛି ଯେ ନାଗା ଚୈତନ୍ୟ ଓ ସାମନ୍ଥା ଏ ଅବସରରେ ପରସ୍ପର ସହ କୌଣସି କଥା ହୋଇନଥିଲେ। ସେମାନେ ନିଜ ନିଜ ସୁଟିଂ ସାରି ନିଜ ଗାଡ଼ିରେ ବସି ଘରକୁ ଫେରିଯାଇଥିଲେ।

 

View this post on Instagram

 

A post shared by Samantha (@samantharuthprabhuoffl)

ସୂଚନାଯୋଗ୍ୟ ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ଉଭୟେ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ। ଏହି ଦମ୍ପତି ସୋସିଆଲ ମିଡିଆରେ ପରସ୍ପରକୁ ଛାଡ଼ପତ୍ର ଦେଇଥିବା ନେଇ ଘୋଷଣା କରିଥିଲେ। ଉଭୟେ ଏକ ସଂଯୁକ୍ତ ବୟାନ ଜାରି କରି ନିଜ ଶୁଭ ଚିନ୍ତକମାନଙ୍କୁ କହିଥିଲେ ଯେ ଆମେ ଅଲଗା ହେଉଥିଲେ ବି ସବୁବେଳେ ଭଲ ବନ୍ଧୁ ଭାବେ ରହିବୁ।

କାମ କଥା କହିବା ତ ନାଗା ଚୈତନ୍ୟ ନିକଟରେ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାର ସୁଟିଂ ଶେଷ କରିଛନ୍ତି। ସେହିପରି ସାମନ୍ଥା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପାର ଏକ ଆଇଟମ୍‌ ଗୀତରେ ନଜର ଆସିଥିଲେ।