୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ କାନପୁରର କୁବେର ବ୍ୟବସାୟୀ ପୀୟୂଷ ଜୈନ୍, ଜବତ ହୋଇଥିଲା ୨୮୪ କୋଟି ଟଙ୍କା ସହ ୨୩ କିଲୋ ସୁନା

କାନପୁର : ଜେଲ ଗଲେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍ । ୧୪ ଦିନ ପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ଘରୁ ୨୮୪ କୋଟି ଟଙ୍କା, ୨୩ କିଲୋ ସୁନା ଓ ୬୦୦ କିଲୋ ଚନ୍ଦନ କାଠ ଜବତ ହୋଇଛି। ଟିକସ୍ ଫାଙ୍କି ଅଭିଯୋଗରେ ରେଡ୍ ବେଳେ ତାଙ୍କ ଘରୁ ପ୍ରଥମେ ୧୯୪ କୋଟି ଟଙ୍କା ଜବତ ହୋଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ଅନ୍ୟ ସ୍ଥାନରେ ରେଡ୍ ହୋଇଥିଲା । ତାଙ୍କ ଫ୍ୟାକ୍ଟ୍ରି, କାର୍ଯ୍ୟାଳୟ ଓ ଗୋଦାମରେ ଚଢ଼ଉ ହୋଇଥିଲା । ଏଥିରେ ଆହୁରି ବିପୁଳ ଟଙ୍କା ସହ ସୁନା ଓ ଚନ୍ଦନ କାଠ ଜବତ ହୋଇଥିଲା ।
ସୂଚନା ଥାଉକି, କାନପୁର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ଘରେ ଆୟକର ବିଭାଗର ଚଢାଉ । ଏହାରି ଭିତରେ ଆଲମିରାରେ ଏତେ ଟଙ୍କା ମିଳିଲା ଯେ ନୋଟ ଗଣିବା ମେସିନ ଆଣିବାକୁ ପଡିଲା । ଏହି ରେଡ ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିଲା । ପିୟୁଷଙ୍କ ଘରେ ନୋଟର ବଣ୍ଡଲ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ଗୁରୁବାର ପୂର୍ବାହ୍ନରେ କାନପୁର, ମୁମ୍ବାଇ ଓ ଗୁଜୁରାଟରେ ଏହି ଚଢାଉ ଆରମ୍ଭ ହୋଇଥିଲା । କାନପୁର ବ୍ୟବସାୟୀ ପିୟୁଷ ଜୈନଙ୍କ ସହ ଜଡିତ ସ୍ଥାନରେ ଆୟକର ଚଢାଉ ବେଳେ ଅସଂଖ୍ଯ ଟଙ୍କା ଜବତ ହୋଇଛି।
ଆନନ୍ଦପୁର ନିବାସୀ ପୀୟୁଷ ଜୈନ କନୌଜର ଚିପ୍ପାଟ୍ଟ୍ୀର ଅଟନ୍ତି । ତାଙ୍କର ଏକ ଘର, ଅତର କାରକାନା, କୋଲ୍ଡ ଷ୍ଟୋର, କନୌଜରେ ପେଟ୍ରୋଲ ପମ୍ପ ରହିଛି ବୋଲି ଆଇଏନଏସ ରିପୋର୍ଟ କରିଛି । ଅଧିକାରୀଙ୍କ ଅନୁଯାୟୀ ମଧ୍ୟ ପୂର୍ବରୁ ଦୁଇଟି ଓ ପରେ ମିଶି ପାଖାପାଖି ପ୍ରାୟ ୪୦ଟି କମ୍ପାନୀ ରହିଛି । ଅଧିକାରୀମାନେ ଆଇଏନଏସକୁ କହିଛନ୍ତି କି ସେ ମୁଖ୍ୟତ କନୌଜରେ ଅତର ବ୍ୟବସାୟ ସହ ସେହି ଆଧାରରେ ମୁମ୍ବାଇରେ ଏକ ସୋରୁମର ମାଲିକାନା ଅଛି ଯେଉଁଠାରୁ ଦେଶ ତଥା ବିଦେଶରୁ ସୁଗନ୍ଧିତ ଦ୍ରବ୍ୟ ବିକ୍ରି ହେଉଛି ।