ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଅନାଦୀ ଚରଣ ସେଠୀଙ୍କୁ କରାଗଲା ରିଲିଭ, ଜାଣନ୍ତୁ କାହିଁକି?

ଗଜପତି(କେନ୍ଯୁଜ୍): ଜିଲ୍ଲା ଯୋଗାଣ ଅଧିକାରୀ ଅନାଦୀ ଚରଣ ସେଠୀ ହେଲେ ରିଲିଭ । ଅଡର କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କୁ ଦାୟିତ୍ବରୁ ରିଲିଭ କରାଯାଇଛି । ଯୋଗାଣ ଅଧିକାରୀଙ୍କୁ ମଣ୍ଡିରେ ଧାନ ସଂଗ୍ରହ ପ୍ରସ୍ତୁତିରେ ବିଫଳ ହୋଇଥିବା ଦର୍ଶାଯାଇ ତାଙ୍କୁ କରାଯାଇଛି ରିଲିଭ ।

ଆସନ୍ତାକାଲିଠୁ ଖୋଲିବାର ଥିଲା ମଣ୍ଡି ଓ ଆରମ୍ଭ ହୋଇଥାନ୍ତା ଧାନ ସଂଗ୍ରହ । ତେଣୁ ପ୍ରଶାସନିକ କାର୍ୟ୍ୟରେ ଅବହେଳା ହୋଇଥିବା ଦର୍ଶାଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିଲିଭ କରିଛନ୍ତି । ତାହା ସହ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି ଦାୟିତ୍ବ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.