ଏଥର କରୋନା କବଳରେ ଫସିଗଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କଲିକତାର ହସପିଟାଲରେ ଭର୍ତ୍ତି

ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କ କଲିକତାର ଉଡଲ୍ୟାଣ୍ଡସ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସୌରଭ ଗାଙ୍ଗୁଲିଙ୍କର କରୋନା ଟେଷ୍ଟ ହୋଇଥିଲା। ତା’ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ତାଙ୍କ ପରିବାର ଲୋକେ କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ।
ସୂଚନା ମୁତାବକ, ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି ପୂର୍ବରୁ ହାର୍ଟ ଆଟାକର ଶିକାର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।
ଗତବର୍ଷ ଜାନୁଆରୀ ୨ ତାରିଖରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ କଲିକତାର ଉଡଲ୍ୟାଣ୍ଡସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଘରେ ଜିମ୍ରେ ଟ୍ରେଡମିଲରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା।
ଏହାଛଡା ଗତବର୍ଷ ଗାଙ୍ଗୁଲିଙ୍କ ସମସ୍ତ ପରିବାରକୁ କରୋନା ହୋଇଥିଲା। ତେଣୁ ଗାଙ୍ଗୁଲି ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଥିଲେ।