ଅନୁଗୁଳ ପୋଲିସ୍ କବଜାରେ ୩ ଚେନ୍ ଲୁଟେରା ସହ ଅଳଙ୍କାର ଦୋକାନୀ ମାଲିକ ଗିରଫ
ଅନୁଗୁଳ(କେନ୍ଯୁଜ୍): କବଜାରେ ଚେନ୍ ଲୁଟେରା। ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ସୁନା ଚେନ୍ ଲୁଟ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ୍। ଅନୁଗୋଳ ପୋଲିସ୍ ୩ ଲୁଟେରାଙ୍କୁ ଗିରଫ କରି SDJM କୋର୍ଟକୁ ପଠାଯାଇଛି।
ଅନ୍ଯପଟେ ତିନି ଅଭିଯୁକ୍ତଙ୍କ ଠାରୁ ଖବର ପାଇବା ପରେ ଲୁଟ ସୁନା ଚେନ ଗୁଡିକୁ ନାଲକୋର ଶ୍ରୀକୃଷ୍ଣ ଅଳଙ୍କାରକୁ ଦେଇଥିବା କଥା ଜାଣିବାକୁ ପାଇଥିଲା ପୋଲିସ୍। ଏହାପରେ ଘଟଣାସ୍ଥଳରେ ପହଁଚି ମାଲିକକୁ ଅନୁଗୋଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁନା ଦୋକାନୀ ଠାରୁ ତିନୋଟି ସୁନା ଚେନ ସହ କିଛି ତରଳ ସୁନା ଜବତ କରିଛି ଅନୁଗୋଳ ପୋଲିସ୍ ।